ଅପରାଧ

ଆଜୀବନ କଏଦୀଙ୍କୁ ମିଳିଲା ମୁକ୍ତି

Spread the love

ମଙ୍ଗଳବାର ସମ୍ୱିଧାନ ଦିବସରେ ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ ସଜା କାଟୁଥିବା ୧୪ ଜଣ କଏଦୀଙ୍କୁ ମଙ୍ଗଳବାର ମୁକ୍ତ କରିଛି ଜେଲ୍‌ ବିଭାଗ ।ଏ ସମସ୍ତ କଏଦୀ ହତ୍ୟା, ଦୁଷ୍କର୍ମ ଓ ଡକାୟତି ଭଳି ସଙ୍ଗୀନ ମାମଲାରେ ଆଜୀବନ ସଜା କାଟୁଥିଲେ । ଉକ୍ତ କଏଦୀମାନଙ୍କ ଆଚରଣ ମାର୍ଜିତ ହେବା ଦେଖି କାରଗାର ବିଭାଗ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସେମାନଙ୍କ ନାମ ସୁପାରିସ କରିଥିଲା । ବୋର୍ଡ ଏହାକୁ ବିଚାର କରି ରାଜ୍ୟପାଳଙ୍କ ପାଖକୁ ପଠାଇଥିଲା । ସେଠାରୁ ଅନୁମତି ମିଳିବା ପରେ ସେମାନଙ୍କୁ ଛଡ଼ାଯାଇଛି । ଏହା ଛଡ଼ା ବିଭିନ୍ନ ଜେଲ୍‌ରେ ବିଚାରଧୀନ ଥିବା ଆଉ ୧୧ ଜଣଙ୍କୁ ଛୁଟିରେ ଛାଡ଼ିଛି ଜେଲ୍‌ ବିଭାଗ ।

Leave a Reply

Your email address will not be published. Required fields are marked *