ରାଶିଫଳ

ରାଶିଫଳ…

Spread the love

ମେଷ-ଅଶ୍ୱନୀ- ବିବାହିତ ଜୀବନରେ ପ୍ରେମ ଏବଂ ଆକର୍ଷଣର ପରିସ୍ଥିତି ଦେଖାଯିବ। ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ। ବ୍ୟବସାୟରେ ପରିବର୍ତନ ଆଣିବା ସହିତ କିଛି ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି। ଦ୍ୱିଜା- କର୍ମକ୍ଷେତ୍ରରେ ସହକର୍ମୀ ମାନେ କୈାଶଳ କରି ଆପଣଙ୍କ ଠାରୁ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁ ବାନ୍ଧବଙ୍କ, ଗୁରୁଜନଙ୍କ ପାଖରେ ଆଦୃତ ହେବେ । କୃତିକା- କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ । ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ ।

ପ୍ରତିକାର – ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ବୃଷ-କୃତିକା- ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରୁ ପ୍ରଶଂସିତ ହେବେ। ରୋହିଣୀ- ମାଙ୍ଗଳିକ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ। ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ମୃଗଶିରା- ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ । ଉତରାଧିକାରୀ ସୂତ୍ରରେ କୈାଣସି ସମ୍ପତିର ମାଲିକାନା ପାଇପାରନ୍ତି । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ।

ପ୍ରତିକାର – ଶ୍ୱେତଚନ୍ଦନ କର୍ପୂରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ମିଥୁନ-ମୃଗଶିରା- ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ପଦକ୍ଷପ ନେବେ । ଚାକିରୀ କ୍ଷେତ୍ରରେ ଆପଣଙ୍କ କାମକୁ ନେଇ ସହକର୍ମି ମାନେ ବିରୋଧ କରିପାରନ୍ତି। ଉପରିସ୍ଥ ବୁଦ୍ଧି ଅନ୍ୟକୁ ଆପଣାର କରିବାରେ ସାହାଯ୍ୟ କରିବ। ଆଦ୍ରା- ବିବାହ ଆଶାୟୀ ଯୁବକ ଯୁବତୀ ମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । କଠିନ ପରିଶ୍ରମ କରୁଥିବା ଛାତ୍ର ଛାତ୍ରୀମାନଙ୍କ ଆଶା ଶେଷରେ ପୂରଣ ହେବ। ପୁନର୍ବସୁ- ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି। ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । ମନୋରଞନ କାର‌୍ୟ୍ୟରେ ଅଶାନ୍ତି ଉପୁଜିବ । ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ।

ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

କର୍କଟ-ପୁନର୍ବସୁ- ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି । ଦୀର୍ଘ ଦିନରୁ କଥାବାର୍ତ୍ତା କରୁ ନ ଥିବା ବନ୍ଧୁଟି ନିକଟକୁ ଆସିବେ । ମାନସିକ ଅସ୍ଥିରତା କାରଣରୁ କର୍ମ କ୍ଷେତ୍ରରେ ଅଶାନ୍ତି ଲାଗିପାରେ। ପୁଷ୍ୟା- ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା, ଯାତ୍ରା ପାଇଁ ଦିନଟି ଭଲ। ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ବିବ୍ରତ ହେବେ। ଅଶ୍ଳେଷା- ନୂତନ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ସମୟ ଅତିବାହିତ ହେବ । ସ୍ୱାସ୍ଥ୍ୟରେ ଉନ୍ନତି, ପରିବାର ସଦସ୍ୟଙ୍କ ଆଶାପୂରଣ ଓ ଯାତ୍ରାରେ ସଫଳତା ପାଇବେ

ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୨

ସିଂହ-ମଘା- ଆୟ ଅପେକ୍ଷା ବ୍ୟୟ ବଢିପାରେ। ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହେବେ । ପାରିବାରିକ ଜୀବନରେ ଚାଲିଥିବା ଚାପରେ ସାମାନ୍ୟ ହ୍ରାସ ଘଟିବ।ପୂ,ଫାଲଗୁନି- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବ। ବିଦେଶରେ ରହି ପଢିବାର ସ୍ୱପ୍ନ ପୂରଣ ହୋଇପାରେ । ଅନ୍ୟର ସାହାଯ୍ୟ ସମର୍ଥନରେ ଲକ୍ଷହାସଲ କରିପାରିବେ। ଉ,ଫାଲଗୁନି- ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି । ପୂର୍ବର ଚିନ୍ତା ସମାପ୍ତ ହୋଇଯିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ । ମନରେ ନୂଆ ଆଶା ସୃଷ୍ଟି ହେବ

ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୧

କନ୍ୟା-ଉ- ଫାଲ୍‌ଗୁନୀ- ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ବନ୍ଧୁ ମିଳନ, ଦୂରଯାତ୍ରା, ଶୁଭକାର୍ଯ୍ୟରେ ସହଯୋଗ କରିପାରନ୍ତ। କର୍ମକ୍ଷେତ୍ରରେ ବନ୍ଧୁତା ରହିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରତ୍ୟେକ କାମ କରାଇ ନେବେ। ହସ୍ତା- କେତେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଖର୍ଚ୍ଚ ପରିମାଣ କ୍ରମଶଃ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଲେଖାପଢ଼ା କ୍ଷେତ୍ରରେ ଶୁଭଫଳ ପାଇବେ। ଚିତ୍ରା- ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ, ନଚେତ୍ ହଜିଯିବା ସମ୍ଭାବନା ରହିଛି । ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହୋଇଯିବ।

ପ୍ରତିକାର – ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

ତୁଳା-ଚିତ୍ରା- ଭାଗୀଦାରୀ ବ୍ୟବସାୟୀଙ୍କ ସହ ସମନ୍ୱୟ ଭଲ ରହିବ। ସମସ୍ତ ପରିବାର ସଦଶ୍ୟ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ , ମଧ୍ୟମ ଧରଣର ଫଳ ପାଇବେ । ଦୀର୍ଘ ଦିନର ଘରୋଇ ସମସ୍ୟା ଦୂର ହୋଇଯିବ। ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ। କୃଷି ଜୀବୀଙ୍କୁ ଲାଭ ମିଳିପାରେ।

ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ବିଛା-ବିଶାଖା- ପାରିବାରିକ ସମସ୍ୟା ମଧ୍ୟ ସମାଧାନ ହୋଇଯିବ। ବେପାର, ବାଣିଜ୍ୟ ତଥା ଆଇନ ଅଦାଲତରୁ ସୁଫଳ ପାଇବେ । ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମଗୁଡ଼ିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ। ଅନୁରାଧା- ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତା ଉଦ୍ରେକ ହୋଇପାରେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବେ। ରାଜନୈତିକ କ୍ଷେତ୍ରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଜ୍ୟୋଷ୍ଠା- ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିବେ । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ । ମହିଳା ମାନେ ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ

ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ଧନୁ-ମୂଳା- ଦାମ୍ପତ୍ୟ ଜୀବନରେ ପତୀପତ୍ନୀ ମଧ୍ୟରେ ଥିବା ତିକ୍ତତା ଭାବ ଦୂରିଭୂତ ହୋଇଯିବ ଓ ପ୍ରିତି ବୃଦ୍ଧି ପାଇବ । ସରକାରଙ୍କ ତରଫରୁ ଆପଣଙ୍କୁ ବ୍ୟବସାୟ କରିବାର ସୁଯୋଗ ମିଳିପାରେ ।ପୂ,ଷାଢା- ସେୟାର ବଜାରରେ ଅର୍ଥ ନିବେଶ କରି ଲାଭାଂସ କମାଇବେ । ଆଗ୍ରହି ବିଷୟଗୁଡିକ ଅଧ୍ୟୟନ କରିବାରେ ସୁଯୋଗ ପାଇବେ । ଯାନବାହନ, ବ୍ୟବସାୟରେ ସଫଳତା ଲାଭ କରିବେ ।ଉ,ଷାଢା- ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ ଦେଖି କିଣନ୍ତୁ । ସଂଚାର କ୍ଷେତ୍ରରେ ବ୍ୟକ୍ତିଙ୍କୁ ଲାଭ ମିଳିବ । ଋାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ଉପାର୍ଜନ ପାଇଁ ନୂଆ ପ୍ରସ୍ତୁତ ଯୋଜନା କରିବେ।

ପ୍ରତିକାର- ମା ତାରାଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

ମକରଉ, ଷାଢା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦ ଅନୁଭବ କରିବେ । ଭ୍ରାତୃ ସମ୍ପର୍କ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ। ଶ୍ରବଣା- ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ। ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି। ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିଯାଇ ପାରନ୍ତି। ଧନିଷ୍ଠା- ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ର ଓ ଅଦାଲତର ରାୟ ସପକ୍ଷରେ ଯିବ।

ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

କୁମ୍ଭ-ଧନିଷ୍ଠା- ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ବ୍ୟବସାୟକୁ ଅଗ୍ରଗତି କରାଇବେ ଏବଂ ଏକ ନୂତନ ଦିଗକୁ ନେଇଯିବେ । କର୍ମ କ୍ଷେତ୍ରରେ କୌଣସି କାର‌୍ୟ୍ୟ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ ।ଶତଭିଷା- ପୁତ୍ର କନ୍ୟା ମାନଙ୍କର ଆଚରଣ ଆପଣଙ୍କୁ ଆଘାତ ଦେଇପାରେ । ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ। ପୂ,ଭାଦ୍ରପଦ- କୈାଣସି ନୂତନ ଯୋଜନା ଅର୍ଥ ଅଭାବ ଯୋଗୁ ଆରମ୍ଭ ହୋଇ ପାରିବ ନାହିଁ । ଅନିଛା ସତ୍ୱେ ସ୍ଥାନାନ୍ତର ହୋଇ ପାରନ୍ତି । ରାଜନୀତି କ୍ଷେତ୍ରରେ ବହୁତ୍ ଉପରକୁ ଯାଇ ପାରନ୍ତି।

ପ୍ରତିକାର- ଶାମି ଗଛ ତଳେ ସୋରିଷ ତେଲରେ ଏକ ଦୀପ ଜାଳନ୍ତୁ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

ମୀନ-ପୂ, ଭାଦ୍ରପଦ- ସ୍ୱାସ୍ଥ୍ୟ କ୍ଷେତ୍ରରେ ହାଡ ଜନିତ ସମସ୍ୟା ଦେଖାଦେଇପାରେ । ଗୁରୁଙ୍କର ପରାମର୍ଶରେ ଧର୍ମମାର୍ଗରେ ଯିବା ପାଇଁ ମନବଳାଇ ପାରନ୍ତି । ପିଲାମାନଙ୍କର ଉନ୍ନତିରେ ଖୁସି ଅନୁଭବ କରିବେ।ଉ, ଭାଦ୍ରପଦ- କର୍ମ କ୍ଷେତ୍ରରେ ଅର୍ଥାତ୍ ଚାକିରି ହେଉ କି ବ୍ୟବସାୟ-ବାଣିଜ୍ୟ ହେଉ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ବେଳେବେଳେ ଧନ ପ୍ରାପ୍ତି ଆଦି ଶୁଭଫଳ ମଧ୍ୟ ପାଇବେ।ରେବତୀ- ନୂତନ ଗୃହପୋକରଣ କ୍ରୟ କରିପାରନ୍ତି । ସାହିତ୍ୟ, ଗବେଷଣା ତଥା ରଚନାତ୍ମକ କାର‌୍ୟ୍ୟରେ ଅଗ୍ରଗତି ଘଟିବ । ପିଲାଙ୍କ ସକାଶେ ଅଶାନ୍ତି ରହି କୌଣସି କାମକୁ ଠିକ୍ ଭାବେ କରିପାରିବେ ନାହିଁ।

ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

Leave a Reply

Your email address will not be published. Required fields are marked *