ରାଶିଫଳ

ଆଜିର ରାଶିଫଳ

Spread the love

ମେଷ : ପରସ୍ପର ବିରୁଦ୍ଧାମତ୍କ ଗ୍ରହଜନିତ ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ଦେଖାଇବେ ନାହିଁ । ପାରିବାରିକ ସ୍ଥିତିରେ ଉନ୍ନତିର ଆଶା କ୍ଷୀଣ ହୋଇପାରେ । ସ୍ଥଗିତ କାମକୁ ଅନ୍ୟ ମାଧ୍ୟମରେ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ ।

ବୃଷ : ଆଜି ନୂଆ କାମଟିଏ ଆରମ୍ଭ କରିବାର ଯୋଜନା କରିବେ । ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପରୁ ଭଲ ଫଳ ମିଳିବ । ଆନୁଷ୍ଠାନିକ କାମ କିମ୍ବା ରାଜନୈତିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ନେଇ ସହମତିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।

ମିଥୁନ : ସ୍ବାସ୍ଥ୍ୟ ଭଲ ରହିବ ଏବଂ ଭାଙ୍ଗିଯାଇଥିବା ସମ୍ପର୍କଟି ପୁନଃ ପ୍ରତିଷ୍ଠିତ ହେବ । ମିଛକୁ ସତ ମନେକରି ପରକଥାରେ ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି । ସମ୍ପର୍କୀୟଙ୍କ ସହ ମିତ୍ରତା କରି କାମ ହାସଲ ପାଇଁ ଚେଷ୍ଟା କରିପାରନ୍ତି । ଶିକ୍ଷା, ଗବେଷଣା, ପରୀକ୍ଷା, କଳା, ସାହିତ୍ୟାଦିରେ ଆଶାନୁରୂପ ସୁଫଳ ମିଳିବ ।

କର୍କଟ : ବନ୍ଧୁଙ୍କ ପରାମର୍ଶକୁ ଯଦି ଗ୍ରହଣ କରିବେ ତେବେ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି । ବସ୍ତ୍ର ଓ ଅଳଙ୍କାର, ଔଷଧପତ୍ର କିମ୍ବା ମନ ପସନ୍ଦ ଦ୍ରବ୍ୟ କ୍ରୟ କରିବେ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମକରି ଅନୁତପ୍ତ ହେବାର ଆଶଙ୍କା ରହିଛି । ଆକସ୍ମିକ ଭାବେ ଜ୍ୱର ଓ ବମନ ଦେଖାଦେଇପାରେ, ଏଣୁ ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ : ଦୀର୍ଘଦିନର ଆଶା ପୂରଣ ହେବା କଷ୍ଟକର ହୋଇପାରେ । ମନ ଖୁସିହେଲା ଭଳି କଥା କହି ଅନ୍ୟମାନଙ୍କର ପ୍ରିୟଭାଜନ ହେବେ । କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ମଧ୍ୟ ସମର୍ଥନ ପାଇବେ ନାହିଁ । ଆକସ୍ମିକ ଭାବେ ଦୂରସ୍ଥାନ ଯାତ୍ରା କରିବାକୁ ପଡ଼ିପାରେ ।

କନ୍ୟା : ନିଜର ଚେଷ୍ଟା ଓ ସାମର୍ଥ୍ୟରୁ ଆର୍ଥିକ ଉନ୍ନତି ଏବଂ କାର୍ଯ୍ୟ ହାସଲରୁ ଖୁସି ରହିବେ । ଆଜି ମିଥ୍ୟା ଗୁଜବଜନିତ ଆତଙ୍କିତ ହୁଅନ୍ତୁ ନାହିଁ । ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ ମାତ୍ର ପରିବହନ ସେତେଟା ସନ୍ତୋଷଜନକ ହେବନାହିଁ । ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ସଙ୍କଟଜନକ ସ୍ଥିତି ଉପୁଜିପାରେ ।

ତୁଳା : ପରିବାରର ଖର୍ଚ୍ଚ ବୃଦ୍ଧି ପାଇଲେ ମଧ୍ୟ ରୋଜଗାର କମ୍‌ ହେବନି । ଘରଠୁ ଦୂର ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । କାମରେ ଅବହେଳା କରିବା କାରଣରୁ ସହକର୍ମୀଙ୍କ ଉପରେ ବିରକ୍ତିଭାବ ସୃଷ୍ଟି ହେବ । ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ ।

ବିଛା : କର୍ମକ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ସକାଶେ ଚିନ୍ତା କରିପାରନ୍ତି । ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଅନ୍ୟମାନଙ୍କ ବାରମ୍ବାର ତାଗିଦା ଫଳରେ ନିଶ୍ଚିତ ବିପଦରୁ ରକ୍ଷା ପାଇବେ । କଳା, ସାହିତ୍ୟ, ସଙ୍ଗୀତ ଓ ସଭାସମିତିରେ ସୁନାମ ମିଳିବ ।

ଧନୁ : ବନ୍ଧୁଙ୍କ ଅନୁରୋଧରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଯାତ୍ରା କରିବାକୁ ପଡ଼ିପାରେ । ବିବାଦୀୟ ପରିସ୍ଥିତି ସୃଷ୍ଟି ସୂଚନା ରହିଛି । ଶିଳ୍ପ, ବୃତ୍ତିଗତ ଧନ୍ଦା, ପରିବହନ ଏବଂ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇଯିବ । ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମକରି ମଧ୍ୟ ନିନ୍ଦା ଶୁଣିବେ ।

ମକର : ଶୁଭେଚ୍ଛୁଙ୍କ ଅନୁକମ୍ପା ସବୁପ୍ରକାର ଅନୁକୂଳ ପରିବେଶ ଓ ପରିସ୍ଥିତି ସୃଷ୍ଟିରେ ସହାୟକ ହେବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା ପ୍ରତି ଆଗ୍ରହ ବଢ଼ିପାରେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୂରି ଭୂରି ପ୍ରଶଂସା ସହ ପୁରସ୍କୃତ ହୋଇପାରନ୍ତି ।

କୁମ୍ଭ : ଆଜି ଆପଣ ଯାହାକୁ ଯାହା କହିବେ କିମ୍ବା କରିବେ ସବୁକିଛି ଆପଣଙ୍କ ବିପକ୍ଷରେ ଯାଇପାରେ । କର୍ମକ୍ଷେତ୍ରରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିବାର ସୂଚନା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ପରିବାରରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି ।

ମୀନ : ସ୍ବାସ୍ଥ୍ୟ ସମସ୍ୟା ଦୂରେଇଯିବ । ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବେ । ଶତ୍ରୁତା ହେତୁ ନିର୍ମାଣ କାମ ଧିମେଇ ଯିବ ଓ ଆବଶ୍ୟକତା ପୂରଣ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି । ଆର୍ଥିକ ଉନ୍ନତି, କର୍ମାରମ୍ଭ ଓ କିଛି ପ୍ରାପ୍ୟ ହାତପଇଠ ହୋଇପାରେ ।

Leave a Reply

Your email address will not be published. Required fields are marked *