ମେକ୍ସିକୋର ଦକ୍ଷିଣ ପ୍ରଶାନ୍ତ ମହାସାଗର ଉପକୂଳ ନିକଟରେ ଦୁର୍ଘଟଣା ; ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୮ ଜଣଙ୍କ ମୃତ୍ୟୁ
ମଝି ସମୁଦ୍ରରେ ଓଲଟିଲା ଡଙ୍ଗା। ପ୍ରବାସୀଙ୍କୁ ଆଣୁଥିବା ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ମେକ୍ସିକୋର ଦକ୍ଷିଣ ପ୍ରଶାନ୍ତ ମହାସାଗର ଉପକୂଳ ନିକଟରେ ଘଟିଛି ଏଭଳି କିଛି ଦୁର୍ଘଟଣା।
ସୂଚନା ମୁତାବକ, ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ମୃତ ୮ ଜଣ ପ୍ରବାସୀ ଏସିଆର ବୋଲି ଆଶଙ୍କା କରାଯାଇଛି। ମେକ୍ସିକୋର ଦକ୍ଷିଣ ରାଜ୍ୟ ଓକ୍ସାକା କର୍ତ୍ତୃପକ୍ଷ କହିଛନ୍ତି ଯେ ଦୁର୍ଘଟଣାରୁ ବଞ୍ଚିଥିବା ଜଣେ ଏସିୟ ଲୋକ ଅଛନ୍ତି। ସମସ୍ତ ମୃତଦେହ ପ୍ଲା ଭିସେଣ୍ଟେ ସହରର ଏକ ସମୁଦ୍ର କୂଳ ନିକଟରେ ମିଳିଥିଲା। ତେବେ କେଉଁ କାରଣରୁ ଡଙ୍ଗାଟି ଦୁର୍ଘଟଣାର ଶିକାର ହେଲା ସେ ନେଇଁ କିଛି ସୂଚନା ମିଳି ନାହିଁ। ଏହାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

