ରାଜ୍ୟ

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷ ସ୍ତର ଛୁଇଁଛି

Spread the love

ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଆଜି ରାତି ୯ଟାରେ ଜଳସ୍ତର ୬୨୯.୫୪ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡାରର ସବୁ ଗେଟ୍‌ ବନ୍ଦ ରହିଛି। ହୀରାକୁଦ ଜଳଭଣ୍ଡାରକୁ ୬୫,୮୬୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪୦,୪୫୪ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସିତ ହେଉଛି। ‌ସେଥିରୁ ପାୱାର ଚାନେଲ୍‌ ଦେଇ ୩୫,୭୯୫ କ୍ୟୁସେକ୍ ମହାନଦୀରେ ଛଡ଼ାଯାଇଛି।ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୩ କ୍ୟୁସେକ୍ ଜଳ ଟାଣୁଛନ୍ତି।

ସେହିପରି ଜଳସେଚନ ପାଇଁ ବରଗଡ଼ ମୁଖ୍ୟ କେନାଲରେ ୩,୬୪୦ କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୬୩୦ କ୍ୟୁସେକ୍ ଏବଂ ସମ୍ବଲପୁର କେନାଲରେ ୧୧୬ କ୍ୟୁସେକ ଛଡ଼ାଯାଇଛି। ଉଲ୍ଲେଖଯୋଗ୍ୟ ଯେ ରୁଲ୍ କର୍ଭ ଅନୁସାରେ, ସେପ୍‌ଟେମ୍ବର ୩୦ ଆଡ଼କୁ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତରରେ ରଖାଯାଇଥାଏ।

 

Leave a Reply

Your email address will not be published. Required fields are marked *