ଆଜିର ରାଶିଫଳ
ମେଷ : କର୍ମକ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବି ଚିନ୍ତି କାମ କରିବା ଭଲ ହେବ । ସଭାସମିତିରେ ସତ୍ୟ କଥା ପ୍ରକାଶ କରି ମଧ୍ୟ ଅପମାନିତ ହୋଇପାରନ୍ତି । ପରିବାରରେ ସନ୍ତାନହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ ।
ବୃଷ : ଯେଉଁ କାମ ବିଷୟରେ ଚିନ୍ତା କରୁଛନ୍ତି ସେଥିରେ ଅସୁବିଧା ରହିବ ନାହିଁ । ପାରିବାରିକ କ୍ଷେତ୍ର ମଧ୍ୟ ସହୃଦୟତାପୂର୍ଣ୍ଣ ରହିବ । ମନ ବୁଝିଲା ଭଳି କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଆପଣେଇ ନେବେ ।
ମିଥୁନ : ମନକୁ ଶିଥିଳତା କରି ସମସ୍ୟା ସମାଧାନରେ ସହାୟକ ହେବ । ଭାଇ,ବନ୍ଧୁ,ସହକର୍ମୀ କିମ୍ବା ଯାତ୍ରାକାଳୀନ ବନ୍ଧୁଙ୍କ ସହ ସୁସମ୍ପର୍କ ସୃଷ୍ଟି ହୋଇପାରେ । ଈର୍ଷାପରାୟଣ ବନ୍ଧୁମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ ।
କର୍କଟ : ଅବହେଳାଜନିତ କର୍ମକ୍ଷେତ୍ରରେ କୈଫିୟତ୍ ଦେବାକୁ ପଡ଼ିପାରେ । କଳା, ସାହିତ୍ୟ. ସାମ୍ବାଦିକତା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ଶତ୍ରୁମାନେ ପରୋକ୍ଷରେ ବହୁତ କହିବେ ସିନା କିଛି କରି ପାରିବେ ନାହିଁ ।
ସିଂହ : ପ୍ରଭାବ ଜନିତ ପ୍ରାପ୍ୟ ହାସଲରେ ବିଜାତୀୟ ବ୍ୟକ୍ତିଙ୍କ ବିରୋଧାଭାଷର ସୂଚନା ଜାଣି ପାରିବେ । ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବାରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ ।
କନ୍ୟା : କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଚିନ୍ତା କରିବା ଭଲ । ବନ୍ଧୁଙ୍କ ସମ୍ଭାବ୍ୟ ସାହାଯ୍ୟ କିମ୍ବା ପରାମର୍ଶ ପାଇପାରିବେ । ରାଜନୀତି, ଆନୁଷ୍ଠାନିକ କାମ ଓ ସଭାସମିତିରେ ସଫଳତା ହାସଲ କରିବେ ।
ତୁଳା : ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ବ୍ୟତିକ୍ରମ ଭିତରେ ସଫଳ ହେବ । ପାରିବାରିକ ସ୍ଥିତିରେ ଉନ୍ନତି ହୋଇପାରେ । ଭୁଲ୍ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି ।
ବିଛା : ମନ ଅନୁଯାୟୀ କାମ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିିପାରନ୍ତି । ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିପାରେ ।
ଧନୁ : କର୍ମକ୍ଷେତ୍ରରେ ଯେତେ ପ୍ରକାର ଭଲ କାମ କଲେ ମଧ୍ୟ ପ୍ରଶଂସାସୂଚକ ଅଭିବ୍ୟକ୍ତି ପାଇବେ । ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇପାରିବ ନାହିଁ । ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି ।
ମକର : ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମକଲେ ସଫଳତା ପାଇବେ । ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡ଼ିବେ । ବ୍ୟବସାୟ ଭଲ ହେବ ।
କୁମ୍ଭ : ଆଜି ଯାତ୍ରା, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମରେ ସଫଳତା ନିଶ୍ଚିତ । ନିଜ ଲୋକଙ୍କୁ ଭୁଲ୍ ବୁଝିବା ସାଙ୍ଗକୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି । କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ ।
ମୀନ : ପୂର୍ବ ସ୍ଥିରୀକୃତ ଯୋଜନା ଅନୂଯାୟୀ କର୍ମରେ ପ୍ରବୃତ୍ତ ହୋଇ ସଫଳତା ହାସଲ କରିବେ । ପାଖରେ ନ ଥିବା ଜିନିଷଟି ପାଇଁ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିବାର ସମ୍ଭାବନା ରହିଛି । ପାରିବାରିିକ କ୍ଷେତ୍ର ବୁଝାମଣା ଭିତିରେ ଶୃଙ୍ଖଳିତ ରହିବ ।

