ଆଜିର ରାଶିଫଳ
ମେଷ : ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ବହୁତ ଭଲ । ରାଜନୀତି କରୁଥିବା ଲୋକମାନେ କିଛି ନେତାଙ୍କୁ ଭେଟିବାର ସୁଯୋଗ ପାଇବେ । ଘରକୁ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ ଆଣିପାରନ୍ତି ।
ବୃଷ : ସମସ୍ତ କାର୍ଯ୍ୟ ସହଜରେ ହେବ । ଆପଣ କିଛି ମନୋରଞ୍ଜନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ଆପଣ ବ୍ୟବସାୟରେ ଭଲ ଲାଭ ପାଇବେ ।
ମିଥୁନ : ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ଯୋଗୁ ଆଶ୍ବସ୍ତି ଲାଭ କରିବେ । ବନ୍ଧୁମାନଙ୍କ ସହାୟତା ଲାଭ କରି କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହି ନ ପାରେ ।
କର୍କଟ : ଆପଣ ନିଜ କାମ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପିଲାମାନେ ଆପଣଙ୍କର ଆଶାକୁ ପୂରା କରିବେ । ଘରେ କିଛି ଶୁଭ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ ।
ସିଂହ : ଆଜିର ଦିନଟି ଆପଣଙ୍କ ପାଇଁ ଖାସ୍ ହୋଇପାରେ । ବନ୍ଧୁମାନଙ୍କ ସହ ବାହାରକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି । ଆପଣ କାର୍ଯ୍ୟ କରିବାରେ ଅଳସୁଆ ଅନୁଭବ କରିପାରନ୍ତି ।
କନ୍ୟା : ଆଜି ଆପଣ ବହୁ ପ୍ରତୀକ୍ଷିତ ଖବର ପାଇପାରନ୍ତି । ବନ୍ଧୁଙ୍କ ଜରିଆରେ କିଛି ଶୁଭ ଖବର ପାଇପାରନ୍ତି । ଆପଣ ଆଜି କିଛି ସୁସ୍ବାଦୁ ଖାଦ୍ୟ ଖାଇପାରନ୍ତି ।
ତୁଳା : ମନରେ ବହୁତ କଥା ଭରି ରହିଥିଲେ ମଧ୍ୟ ନୀରବତାକୁ ପସନ୍ଦ କରିପାରନ୍ତି । ପାରିବାରିକ ଜୀବନରେ ଉଚିତ୍ ବୁଝାମଣା ହେବା କଷ୍ଟକର ହୋଇପଡିବ ।
ବିଛା : ଆଜି ମନ ପ୍ରଫୁଲ୍ଲ ରହିବ । ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ଅବହେଳା କରଣରୁ ସ୍ଥଗିତ ରହିଥିବା କାମ ପାଇଁ କୈଫିୟତ୍ ଦେବାକୁ ପଡିପାରେ ।
ଧନୁ : ପରିବାରରେ ହଠାତ୍ ପ୍ରତିକ୍ରିୟା ପ୍ରକାଶ କଲେ ଅନର୍ଥ ହୋଇପାରେ । ଅର୍ଥସଂକଟ ହେତୁ କେତେକ କାମ ଅଟକି ରହିଯିବାର ସମ୍ଭାବନା ରହିଛି । ଆଜି ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।
ମକର : ପ୍ରତ୍ୟେକ କାମରେ ସମସ୍ୟା ଓ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିପାରେ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କିଛି ଭୁଲ କାର୍ଯ୍ୟ କରନ୍ତୁ ନାହିଁ ।
କୁମ୍ଭ : ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଓ ବନ୍ଧୁବର୍ଗଙ୍କ ସମାଦର ଦିନଟିକୁ ରୁଚିପୂର୍ଣ୍ଣ କରାଇବେ । ବହୁତ ଦିନ ଧରି ଅଟକିଥିବା କାମ ଆଜି ସମ୍ପୂର୍ଣ୍ଣ ହେବ । ଦିନଟି ଭଲରେ କଟିବ ।
ମୀନ : ସମସ୍ୟା ଥିଲେ ମଧ୍ୟ ଆପଣଙ୍କ କାର୍ଯ୍ୟ ସହଜରେ ହୋଇଯିବ । ଆପଣ ଆଜି କିଛି ତୀର୍ଥସ୍ଥାନକୁ ଯାଇପାରନ୍ତି । ନିଜ ପାର୍ଟନରଙ୍କ ସହ ଭବିଷ୍ୟତ ପାଇଁ କିଛି ପ୍ଲାନିଂ କରିପାରନ୍ତି ।

