ଆଜିର ରାଶିଫଳ
ମେଷ : ଉପରେ ପଡି କାହାକୁ କିଛି ଉପଦେଶ ଦେଲେ ସେହି ବ୍ୟକ୍ତି ତାହାକୁ ଭୁଲ୍ ବୁଝିବ । ଆଜି ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି । ଆଲୋଚନା ପରିସରରେ ନୂଆକାମର ପ୍ରସ୍ତାବକୁ ଅନ୍ୟମାନେ ଦୃଢ଼ ସମର୍ଥନ ଜଣାଇବେ ।
ବୃଷ : ଆଜି ସ୍ବାସ୍ଥ୍ୟ ଭଲ ରହି ନ ପାରେ । ବ୍ୟବସାୟ,ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି ଅସୁବିଧା ହେବନାହିଁ । ପଡ଼ୋଶୀ କିମ୍ବା ସହକର୍ମୀଙ୍କୁ ସତର୍କତାର ସହ କିଛି କହିବା କିମ୍ବା କରିବା ଭଲ ହେବ ।
ମିଥୁନ : ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ନିଜର ଅବହେଳା ଓ ଅଳସୁଆମି ହେତୁ କାମଗୁଡିକ ଧିମେଇ ଯାଇପାରେ । ଅର୍ଥର ଅଭାବ ନ ଥିଲେ ମଧ୍ୟ ହାତ ଖୋଲା କରି ଖର୍ଚ୍ଚ କରି ପାରିବେ ନହିଁ ।
କର୍କଟ : ଆଜି ଦିନଟିରେ ଯାହା କରିବା ପାଇଁ ମନସ୍ଥ କରିଛନ୍ତି, ତାହାକୁ ସମ୍ପନ୍ନ କରିବାରେ ସଫଳ ହେବେ । ଚେଷ୍ଟା କରୁଥିବା କାମ ସକାଶେ ଆପଣଙ୍କୁ ବହୁତ ଲଢେଇ କରିବାକୁ ପଡିବ । ବ୍ୟବସାୟ କିମ୍ବା ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ଅଶାନ୍ତି ଲାଗିରହିପାରେ ।
ସିଂହ : ଚେଷ୍ଟା କରୁଥିବା କାମ ସମ୍ପନ୍ନ ନ ହେବାରୁ ବିରକ୍ତି ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା ସକାଶେ ପ୍ରଚଳିତ ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ । ପାରିବାରିକ ଅସନ୍ତୁଳନ କାରଣରୁ ଟେନ୍ସନ୍ ଲାଗିରହିବ ।
କନ୍ୟା : ବନ୍ଧୁଙ୍କ ସହ ପୂର୍ବାଲୋଚନା ମୁତାବକ କାମ ଆରମ୍ଭ କରି ଦେଇପାରନ୍ତି । ନିରପେକ୍ଷତା ଅବଲମ୍ବନ ନ କଲେ ଘରେ ହେଉ କିମ୍ବା କର୍ମକ୍ଷେତ୍ରରେ ସମାଲୋଚିତ ହେବାକୁ ପଡିବ । ଆଜି କୌଣସି ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିପାରନ୍ତି ।
ତୁଳା : ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କ ସହଯୋଗ ଆଶାକରିବେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅପମାନଜନକ ସ୍ଥିତିରୁ ଖୁସି ହୋଇପାରନ୍ତି । କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରୁ ଶୁଭଫଳ ମିଳିବ ।
ବିଛା : ସମସ୍ୟାର ସମାଧାନ କରି ଶାନ୍ତିରେ ନିଃଶ୍ୱାସ ମାରିବେ । ସମ୍ପର୍କୀୟମାନେ ସମ୍ମୁଖରେ ଭିନ୍ନ ବିରୋଧ କଥା କହିପାରନ୍ତି । ପରିବାରରେ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ପାରସ୍ପରିକ ସହାନୁଭୂତି ମିଳିବ ନାହିଁ ।
ଧନୁ : ଚେଷ୍ଟା ଜାରି ରଖିଲେ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ନିଜର ଅବହେଳାରୁ କେତେକ ସୁଯୋଗ ହାତଛଡ଼ା ହୋଇପାରେ । ଆତ୍ମୀୟଙ୍କ ସହ ସୁସମ୍ପର୍କ ଠିକ୍ ସମୟରେ କାମକୁ ଆସିବ ।
ମକର : ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।
କୁମ୍ଭ : ଆର୍ଥିକ ଅନଟନକୁ ଦୂରେଇବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ପୂର୍ଣ୍ଣମାତ୍ରାରେ ସନ୍ତୁଷ୍ଟ କରିପାରିବେ ନାହିଁ । ଦୀର୍ଘ କେତେଦିନ ହେଲା ଚାଲିଥିବା ମାଲିମକଦ୍ଦମାର ଫଇସଲା ସମ୍ଭାବନା ରହିଛି ।
ମୀନ : କୌଣସି କାମ ସହଜ ଓ ସୁବିଧାରେ ନ ହେବା କାରଣରୁ ମନ ବିଷାଦଗ୍ରସ୍ତ ରହିବ । ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତ ହେବେ । ସହକର୍ମୀମାନେ ଆପଣଙ୍କ ପରାମର୍ଶ କିମ୍ବା ସହଯୋଗ ଲୋଡ଼ିପାରନ୍ତି ।

