ରାଜ୍ୟ

ଚଳିତ ବର୍ଷ ଖରାର ଉତ୍ତାପ ବୃଦ୍ଧି ପାଇଁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ

Spread the love

ଚଳିତ ବର୍ଷ ଖରାର ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ବୃଦ୍ଧି ପାଇବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଏନେଇ ଶ୍ରମିକମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ନିମନ୍ତେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଚଳିତ ଅପ୍ରେଲ ୧ ତାରିଖରୁ ଜୁନ ୧୫ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପ୍ରଚଣ୍ଡ ଖରାରେ କାର୍ଯ୍ୟ ନକରିବାକୁ ନିର୍ଦ୍ଦେଶନାମାରେ ଜାରି କରାଯାଇଛି । ସକାଳ ସମୟ କିମ୍ବା ୩ଟା ପରେ କାର୍ଯ୍ୟରେ ନିୟୋଜିତ ହେବାକୁ କୁହାଯାଇଛି ।ଯଦି କୌଣସି କାର୍ଯ୍ୟ ଅତ୍ୟନ୍ତ ଜରୁରୀ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ତାହେଲେ ସେହି ସମୟରେ ଶ୍ରମିକମାନେ କାର୍ଯ୍ୟ କରିପାରିବେ । ଶ୍ରମିକଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା, ପ୍ରତ୍ୟେକ ଶ୍ରମିକ ପାଇଁ ଓଆର୍‌ଏସ ପ୍ୟାକେଟ ପ୍ରଦାନ ଭଳି ସୁବିଧା ନିଯୁକ୍ତିଦାତାମାନଙ୍କୁ କରିବାକୁ ପଡିବ ବୋଲି କୁହାଯାଇଛି ।

 

 

 

 

Leave a Reply

Your email address will not be published. Required fields are marked *