ରାଜ୍ୟ

ବନ୍ଦ ଘରେ ଜୀବନ୍ତ ଦଗ୍ଧ ହେଲେ ବୃଦ୍ଧ

Spread the love

ମୟୂରଭଞ୍ଜ ଜିଲ୍ଲା ବରେଇପାଣି ପଞ୍ଚାୟତ ଅନ୍ତର୍ଗତ ବାରସିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବୃଦ୍ଧ ଘରେ କବାଟ ବନ୍ଦ କରି ରାତିରେ କମ୍ବଳ ଘୋଡ଼େଇ ହୋଇ ଶୋଇଥିଲେ। ହେଲେ କୌଣସି କାରଣରୁ କମ୍ବଳରେ ନିଆଁ ଲାଗିଯିବାରୁ ସେ ସଂପୂର୍ଣ୍ଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ରାତିରେ ସେ ଶୋଇପଡ଼ିଥିବା ହେତୁ ଚିତ୍କାର କରିପାରିନଥିଲେ।ଆଜି ସକାଳେ  ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବାରିପଦା ସଦର ଡାକ୍ତରଖାନାକୁ ପଠାଇଛି।

Leave a Reply

Your email address will not be published. Required fields are marked *