ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ର ଙ୍କର ଶୁଭ ୧୩୭ ଜନ୍ମ ମହା ମହୋତ୍ସବ
ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ର ଙ୍କର ଶୁଭ ୧୩୭ ଜନ୍ମ ମହା ମହୋତ୍ସବ ତତ୍ ସହିତ ସତସଙ୍ଗ ବିହାର ଭୁବନେଶ୍ୱର ର ୩୦ ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ମହୋତ୍ସବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବ ଙ୍କର ଆଶୀର୍ବାଦ ରେ ଆସନ୍ତା 16 th Feb 2025 ତାରିଖ ,ରବିବାର ଦିନ ସ୍ଥାନୀୟ ଜନତା ମଇଦାନରେ ପାଳିତ ହେବାକୁ ଯାଉଅଛି ।ଦିବସ ଭରି ମାଆ ମାନଙ୍କ ପାଇଁ ,ଯୁବକ ମାନଙ୍କ ପାଇଁ ,ବରିଷ୍ଠ ନାଗରିକ ମାନଙ୍କ ପାଇଁ ଶୃଂଖଳିତ ସୁବନ୍ଦୋବସ୍ତ ସହିତ ଭଣ୍ଡାର ରେ ପ୍ରସାଦ ସେବନ ,ସତସଙ୍ଗ ଭଜନ , କୀର୍ତ୍ତନ , ଆଲୋଚନା ଚକ୍ର ,ସ୍ୱାସ୍ଥ୍ୟ ଶିବିର ,ସଂକୀର୍ତ୍ତନ ମଣ୍ଡଳୀ ସହିତ ନଗର ପରିକ୍ରମା ,ସନ୍ଧ୍ୟା ବିନତୀ ପ୍ରାର୍ଥନା ତାହାପରେ ସଭି ବର୍ଗଙ୍କ ମନୋରଂଜନ ପାଇଁ ଆଧୁନିକ ଢ଼ଙ୍ଗରେ ଭଜନ ,କୀର୍ତ୍ତନ ସତସଙ୍ଗ ଦେଓଘର , ଝାରଖଣ୍ଡ ରୁ ଆଗତ ଲୋକପ୍ରିୟ White Band ଦୁଇ ଘଣ୍ଟାଏ ପର୍ଯ୍ୟନ୍ତ ପ୍ରସ୍ତୁତ କରିବେ । ତାହା ସହିତ ରାଜ୍ୟରୁ ଆସିଥିବା ବିଶିଷ୍ଟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଛୋଟ ପିଲାଙ୍କ ପାଇଁ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ।
ଏହି ପବିତ୍ର ମହୋତ୍ସବ ରେ ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ବହୁ ସଂଖ୍ୟାରେ ଭାଗ ନେବା ପାଇଁ ଉତ୍ସବ କମିଟି ଆବେଦନ କରିଛନ୍ତି । ତେବେ ଆସନ୍ତୁ , ଏହି ଉତ୍ସବର ଆନନ୍ଦ ଉପଭୋଗ କରି ଧନ୍ୟ ହେବା ।
ବନ୍ଦେ ପୁରୁଷୋତ୍ତମମ୍

