ଡିସେମ୍ବର ୨୫ ଅର୍ଥାତ ବଡ଼ ଦିନରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା
ଡିସେମ୍ବର ୨୫ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା । ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ।ଡିସେମ୍ବର ୬ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ଆସିବ । ମହାନଗର ନିଗମ, ବ୍ଲକସ୍ତରରେ ତାଲିକା ପ୍ରକାଶ ପାଇବ । ପରବର୍ତ୍ତୀ ୭ ଦିନ ଆପତ୍ତି, ଅଭିଯୋଗ ଗ୍ରହଣ କରାଯିବ । ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରି ନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସରକାର କହିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରାଯାଇଛି । ଡିସେମ୍ବର ୧ ସୁଦ୍ଧା ୧ କୋଟି ୫ ଲକ୍ଷ ୩୬ ହଜାର ଆବେଦନ ଗ୍ରହଣ ହୋଇଛି ।

