ସମ୍ବଲପୁର ଚିଡ଼ିଆଖାନାରେ ବାଘ ରାଣୀର ମୃତ୍ୟୁ
ଗତ ମାସରେ ରାଣୀକୁ କମନ ଏନକ୍ଲୋଜରରେ ଛଡ଼ାଯାଇଥିଲା । ସାପଡ଼ାରୁ ଆସିଥିବା କଲରାପତରିଆ ରାଜା ଓ ରାଣୀକୁ ସେଠାରେ ଏକାଠି ରଖାଯାଇଥିଲା । ଦୁଇ ଜଣଙ୍କ ଚେକଅପ୍ କରି ଏକାଠି ରଖାଯାଇଥିଲା । କିନ୍ତୁ ହଠାତ୍ ରାଣୀ ଅସୁସ୍ଥ ହୋଇପଡ଼ିଥିଲା । ଯାହାପରେ ତା’ ଚିକିିତ୍ସା ଚାଲିଥିଲା । ୟୁଟ୍ରେସ ଇନଫେକ୍ସନ ପାଇଁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିଏଫଓ । ମୃତ୍ୟୁ ସମୟରେ ରାଣୀର ବୟସ ୭ ବର୍ଷ ହୋଇଥିଲା ।

