ରାଜ୍ୟ

କଟକ ସହରର ବିକାଶ ନାମରେ ଚାଲିଛି ବିନାଶ

Spread the love

କଟକ ସହରର ଉନ୍ନତୀକରଣ ଆଳରେ କଟା ଚାଲିଛି ବଡ଼ ବଡ଼ ପୁରୁଣା ଗଛ। ଗଲା ୧୦ ବର୍ଷ ମଧ୍ୟରେ କଟକ ସହରରେ ୫୦ ହଜାରରୁ ଅଧିକ ଗଛ କଟାଗଲାଣି। ପ୍ରଥମ ପର୍ଯ୍ୟାୟରେ ବେଲ୍‌ଭିୟୁ ଛକରୁ ନରାଜ ପୋଲ ପର୍ଯ୍ୟନ୍ତ ଶତାଧିକ ଗଛ କଟାଯାଇଥିଲା।ଏବେ କାଠଯୋଡ଼ି ଖାନନଗର ରିଙ୍ଗ୍‌ବନ୍ଧରୁ ଶତାଧିକ ଗଛ କଟାଯାଉଛି। କିନ୍ତୁ ସେହି ଅନୁସାରେ ସହରରେ ବୃକ୍ଷରୋପଣ କରାଯାଇନାହିଁ।ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ପରିବେଶବିତ୍‌ମାନେ କହିଛନ୍ତି ଏଭଳି ଚାଲିଲେ, ସବୁଜିମାଭରା କଟକ ସହର ବୃକ୍ଷଶୂନ୍ୟ ହେବା ସହ ଭବିଷ୍ୟତରେ ତାପମାତ୍ରା ଅସହ୍ୟ ହେବ ଏବଂ ମହାନଦୀ ଗତିପଥ ବଦଳିଯିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା କଲେଣି।

Leave a Reply

Your email address will not be published. Required fields are marked *