ରାଜ୍ୟ

ନୟାଗଡ଼ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଚାନ୍ଦପୁର ଓ ଜେମାଦେଇପୁର ଗାଁରେ ବ୍ୟାପିଛି ଜଣ୍ଡିସ ରୋଗ

Spread the love

ନୟାଗଡ଼ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଚାନ୍ଦପୁର ଓ ଜେମାଦେଇପୁର  ଗାଁରେ ବ୍ୟାପିଲାଣି ଜଣ୍ଡିସ ରୋଗ । ଲୋକମାନେ ସଚେତନ ହେବା ପାଇଁ ବିଭିନ୍ନ ପ୍ରକାର ସଚେତନତା ଦେଇ ବୁଲୁଛି ପ୍ରଚାର ଗାଡ଼ି ।  । ଗାଁ ମଝିରେ ପିଲା ଠାରୁ ବୁଢ଼ା ଜଣଙ୍କ ପରେ ଜଣଙ୍କର ଚାଲିଛି ପରୀକ୍ଷା ନିରୀକ୍ଷା । ଏହା ସହ ସ୍ବାସ୍ଥ୍ୟ ବିଭାଗ ତରଫରୁ ରକ୍ତ ଓ ଜଳ ନମୁନା ସଂଗ୍ରହ କାର୍ଯ୍ୟ ମଧ୍ୟ ଚାଲିଛି ।ଜଣ୍ଡିସ ଆତଙ୍କ ଏ ଅଞ୍ଚଳରେ ଦିନେ କି ଦୁଇ ଦିନରେ ବ୍ୟାପିନାହିଁ । ବହୁଦିନ ଧରି ଏହି ଜଣ୍ଡିସରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ  ଶିଶୁ ମହିଳା ଓ  ପୁରୁଷ ଆକ୍ରାନ୍ତ ହୋଇ  ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ପାନୀୟ ଜଳରୁ ଏହି ଜଣ୍ଡିସ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଛି ।ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ଉତ୍ତମ ଚିକିତ୍ସା ଯୋଗାଇଲେ ଗରିବ ଲୋକଙ୍କ ଦୁଃଖ ଦୂର ହେବ ।

Leave a Reply

Your email address will not be published. Required fields are marked *