ଦେଶ ବିଦେଶ

ମହାକୁମ୍ଭ ଦଳାଚକଟା ତଦନ୍ତ ସମ୍ପର୍କରେ ପ୍ରମୁଖ ସୂଚନା

Spread the love

ମହାକୁମ୍ଭ ଦଳାଚକଟା ତଦନ୍ତ ସମ୍ପର୍କରେ ଏକ ପ୍ରମୁଖ ସୂଚନା ହସ୍ତଗତ ହୋଇଛି। ନ୍ୟାୟିକ ତଦନ୍ତ କମିସନ ଆଜି ପ୍ରୟାଗରାଜରେ ପହଞ୍ଚିବେ ବୋଲି ସୂଚନା ରହିଛି। ଘଟଣାର ତଦନ୍ତ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ କମିସନ ଗଠନ କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ହର୍ଷ କୁମାରଙ୍କ ନେତୃତ୍ୱରେ ଏହି କମିସନର ସଦସ୍ୟ ତଦନ୍ତ କରିବେ।ମୌନୀ ଅମାବାସ୍ୟା ଦିନ ପ୍ରୟାଗରାଜ୍‌ରେ ବଡ଼ ଧରଣର ଦଳାଚକଟା ଘଟିଥିଲା । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଏହାର ଯାଞ୍ଚ କରିବ ଟିମ । ତେବେ ଏକମାସ ଭିତରେ ରିପୋର୍ଟ ପ୍ରଦାନ କରିବେ ଟିମ । ଅନ୍ୟପଟେ ମହାକୁମ୍ଭ ମେଳାରେ ପୁଣି ଥରେ ଯେପରି କୌଣସି ଅଘଟଣ ନଘଟେ ଏନେଇ ସତର୍କ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର ।ଏପରିକି ଭିଆଇପି ପ୍ରୋଟୋକଲକୁ ହଟାଇବା ସହ ଯାନବାହାନ ଚଳାଚଳ ଉପରେ ମଧ୍ୟ ନିୟମକୁ ଅଧିକ ଶକ୍ତ କରାଯାଇଛି । ରବିବାର ମହାକୁମ୍ଭରେ  ତୃତୀୟ ସାହି ସ୍ନାନ । ଏହାକୁ ଦୃଷ୍ଟିରେ ରଖି ୧,୨ ଓ ୩ ତାରିଖରେ ଯାନବାହାନ ପ୍ରବେଶ କଟକଣା ରହିଛି ।

Leave a Reply

Your email address will not be published. Required fields are marked *