ଦେଶ ବିଦେଶ

ଆଜି ହେଉଛି ବିଶ୍ୱ ଆନ୍ତର୍ଜାତିୟ ଯୋଗ ଦିବସ

Spread the love

ସାରା ବିଶ୍ୱ ଭାରତୀୟ ପରମ୍ପରାକୁ ଆଜିର ଦିନରେ ପାଳନ କରୁଛି। ଆନ୍ତର୍ଜାତୀୟ ଯୋଗ ଦିବସରେ ଏକାଠି ହୋଇଛନ୍ତି ବିଶ୍ୱ ଅନେକ ବଡ଼ ବଡ଼ ନେତା କାରଣ ବିଶ୍ୱାସ ରହିଛି ଯୋଗ ଆମ ପାଇଁ ଏବଂ ଆମ ସମାଜରେ ଶାନ୍ତି ଆଣିଥାଏ । ଆଧ୍ୟାତ୍ମିକ ଚିନ୍ତନ ଶକ୍ତି ବଢାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରେ ଯୋଗ। ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅନେକ କେନ୍ଦ୍ରମନ୍ତ୍ରୀ । ପୁଣେ ଗନେଶଖିଣ୍ଡ ସ୍ଥିତ ସାବିତ୍ରୀବାଇ ଫୁଲେ ୟୁନିଭରସିଟିର ଇନଡୋର ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀଙ୍କ ସହିତ ଜି-20 ପ୍ରତିନିଧି ମଣ୍ଡଳୀ ମଧ୍ୟ ଯୋଗ କାର୍ଯ୍ୟକ୍ରମରେ ଯୋଗଦେବେ । ସେପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରେ ଆୟୋଜିତ ଯୋଗ ସମାରୋହରେ ଯୋଗଦେଇଛନ୍ତି ।

Leave a Reply

Your email address will not be published. Required fields are marked *