ଦେଶ ବିଦେଶ

ମହାକୁମ୍ଭରେ ଦିଲ୍ଲୀର ପୁଅକୁ ବିବାହ କଲେ ଗ୍ରୀସ୍‌ ଝିଅ

Spread the love

ପ୍ରୟାଗରାଜରେ ଚାଲିଛି ହିନ୍ଦୁ ଧର୍ମର ଭବ୍ୟ ମେଳା ‘ମହାକୁମ୍ଭ- ୨୦୨୫’। ଗତ ୧୬ ଦିନରେ, ୧୩ କୋଟି ଲୋକ ବୁଡ଼ ପକାଇସାରିଛନ୍ତି । ହେଲେ ଏହାରି ମଧ୍ୟରେ ସମସ୍ତ ପ୍ରକାରର ଧାର୍ମିକ ରୀତିନୀତି ମଧ୍ୟରେ ଏକ ବିବାହ ମଧ୍ୟ ସମ୍ପନ୍ନ ହୋଇଯାଇଛି । ଯେଉଁଠାରେ ଗ୍ରୀସର ଜଣେ ଝିଅ ଦିଲ୍ଲୀର ଜଣେ ପୁଅଙ୍କୁ ବିବାହ କରିଛନ୍ତି । ଗ୍ରୀସ୍‌ରୁ ପ୍ରୟାଗରାଜ ଆସିଥିବା ପେନେଲୋପ୍‌ ଜାନୁଆରୀ ୨୬ ତାରିଖରେ ତାଙ୍କ ପ୍ରେମିକ ସିଦ୍ଧାର୍ଥ ଶିବ ଖନ୍ନାଙ୍କୁ ବିବାହ କରିଛନ୍ତି ।

ଏହି ଅବସରରେ ପ୍ରୟାଗରାଜର ସାଧୁ ସନ୍ଥମାନେ ସେମାନଙ୍କ ବିବାହର ସାକ୍ଷୀ ହେବା ସହିତ ସମସ୍ତ ହିନ୍ଦୁ ରୀତିନୀତି ଅନୁସାରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିଲା । ଜୁନା ଅଖାଡ଼ାର ମହାମଣ୍ଡଳେଶ୍ୱର ଯତୀନ୍ଦ୍ରାନନ୍ଦ ଗିରି ପେନେଲୋପ୍‌ଙ୍କ କନ୍ୟାଦାନ କରିଥିଲେ।

Leave a Reply

Your email address will not be published. Required fields are marked *