ମରୁଭୂମିରେ ଫସିଥିବା ମହିଳା UBERରେ ଡକାଇଲେ ଓଟ
ଦୁବାଇରେ ସବୁବେଳେ ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ । ଦୁବାଇରେ ବଡ ବଡ ଆକାଶଛୁଆଁ ବିଲିଡିଂ ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ଚର୍ଚ୍ଚାରେ ରହିଥାଏ । ଯାହା ଲୋକଙ୍କୁ ଅଧିକ ଆକର୍ଷିତ କରିଥାଏ । ଦୁବାଇର ଏହିସବୁ ଚର୍ଚ୍ଚା ମଧ୍ୟରେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।
ଭିଡିଓରେ ଦେଖିବାକୁ ମିଳିଛି କି, ଦୁଇଜଣ ମହିଳା ବୋଧହୁଏ ଦୁବାଇର ମରୁଭୂମି ମଝିରେ ଫସି ରହିଛନ୍ତି । ଏହା ପରେ ସେ ଏକ କ୍ୟାବ୍ ଡାକିବା ପାଇଁ ଉବର ଆପ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ଏଥିରେ କ୍ୟାବ ବିକଳ୍ପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏଥିରେ କ୍ୟାବ ବଦଳରେ ଓଟର ଏକ ବିକଳ୍ପ ମଧ୍ୟ ମିଳିଯାଇଛି ।ଦୁବାଇ-ହଟ୍ଟା ରୋଡରେ ଥିବା ଅଲ ବାଦାୟରରେ ସୁଟିଂ ହୋଇଥିବା ଭିଡିଓରେ ମହିଳାମାନେ ଉବର ଆପ୍ ଚଳାଉଥିବାର ଦେଖାଯାଇଛି ।
ଯେତେବେଳେ ସେ ଏକ କ୍ୟାବ ଖୋଜିଲେ, ସେତେବେଳେ ସେ ଓଟ ଚଲାଇବା ପାଇଁ ଏକ ବିକଳ୍ପ ପାଇଲେ ଏବଂ ସେ ଏହାକୁ ବୁକ୍ କଲେ । କିଛି ସମୟ ପରେ ମଧ୍ୟ ଓଟ କ୍ୟାବ ପରି ପିକଅପ୍ ପଏଣ୍ଟରେ ପହଞ୍ଚୁଛି ।
