ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଅଗ୍ନିକାଣ୍ଡ
ଭଞ୍ଜନଗର ଜଗନ୍ନାଥପ୍ରସାଦ ବ୍ଲକ ପଞ୍ଚଭୁତି ଗାଁରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ବିଳମ୍ୱିତ ରାତିରେ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିଲା । ଘଟଣାର ଖବର ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବ୍ୟାଙ୍କରେ ଥିବା ବିଭିନ୍ନ ଯନ୍ତ୍ରାଂଶ, କଂପ୍ୟୁଟର ସହ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଟଙ୍କା ଏବଂ ସମସ୍ତ କାଗଜପତ୍ର ସୁରକ୍ଷିତ ଥିବା ସୂଚନା ମିଳିଛି |
