କ୍ରୀଡା

ଭାରତଠୁ ୬ ୱିକେଟ୍‌ରେ ହାରିଲା ପାକିସ୍ତାନ

Spread the love

ଚଳିତ ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ନିଜ ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ହର୍ମନପ୍ରୀତ୍ କୌରଙ୍କ ଭାରତୀୟ ଦଳ ରବିବାର ପାକିସ୍ତାନକୁ ୬ ୱିକେଟ୍‌ରେ ମାତ୍ ଦେଇ ବିଜୟଧାରାକୁ ଫେରିଛି। ଅରୁନ୍ଧତି ରେଡ୍ଡୀ, ଶ୍ରେୟଙ୍କା ପାଟିଲ୍‌ଙ୍କ ଚମତ୍କାର ବୋଲିଂ ପରେ ଜେମିମା ରଡ୍ରିଗ୍ବେଜ୍ ଓ ହର୍ମନପ୍ରୀତ୍ କୌରଙ୍କ ଉପଯୋଗୀ ପାଳି ବଳରେ ଭାରତ ଏହି ବିଜୟ ପାଇଛି|

ରବିବାର ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପାଳିକୁ ଭାରତୀୟ ବୋଲର ଜମିବାକୁ ଦେଇ ନଥିଲେ। ପ୍ରଥମ ଓଭରରେ ଗୁଲ ଫିରୋଜାଙ୍କୁ ରେଣୁକା ସିଂହ ବୋଲ୍ଡ କରି‌ ଦେବା ପରେ ଫତିମା ସାନାଙ୍କ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦ୍ରୁତ ବୋଲର ଅରୁନ୍ଧତିଙ୍କୁ ଖେଳି ନପାରି ପାକିସ୍ତାନର ୩ ପ୍ରମୁଖ ବ୍ୟାଟର୍‌ ଓମୈମା ସୋହେଲ, ନିଦା ଦାର, ଆଲିୟା ରିଆଜ ପ୍ୟାଭିଲିଅନ୍ ଫେରିଯାଇଥିଲେ। ଅରୁନ୍ଧତି ୪-୦-୧୯-୩ ବୋଲିଂ ଚିତ୍ର ପାଇଥିଲେ। ୨୨ ବର୍ଷୀୟା ଅଫସ୍ପିନର୍‌ ଶ୍ରେୟଙ୍କା ପାଟିଲ କିନ୍ତୁ ସବୁଠାରୁ ମିତବ୍ୟୟୀ ବୋଲିଂ (୪-୦-୧୨-୨) ପାକିସ୍ତାନ ପାଳିକୁ ବାନ୍ଧି ରଖିଥିଲେ। ଦୀପ୍ତି ଶର୍ମା ଓ ଆଶା ଶୋଭନା ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ। ପାକିସ୍ତାନ ୧୦୫/୮ରେ ସୀମିତ ରହିଯାଇଥିଲା।୧୦୬ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଦଳ ସ୍ମୃତି ମନ୍ଧାନା (୭)ଙ୍କୁ ସଅଳ ହରାଇଥିଲା।

Leave a Reply

Your email address will not be published. Required fields are marked *