ସ୍ୱାସ୍ଥ୍ୟ

ଜାଣନ୍ତୁ କେଉଁ ଭିଟାମିନ ଅଭାବ ଯୋଗୁ ଶୀତ ଦିନେ ମୁହଁ-ଚର୍ମ ଶୁଷ୍କ ପଡିଯାଉଛି

Spread the love

ଶୀତ ଦିନରେ ଗୋଟିଏ ବଡ ସମସ୍ୟା ହେଉଛି ଚର୍ମ ଶୁଖିଯିବା । ଶୀତ କୋପରେ ମୁହଁ, ଓଠ ସବୁ ଶୁଖି ଫାଟିଯାଏ । ବଡିଲୋସନ, ଲିଭବାମ କିଛି କାମ କରେ ନାହିଁ । ତେବେ ଶୀତ ଦିନ ଏପରି ହେବା ପଛର କାରଣ ରହିଛି ଭିଟାମିନ ଅଭାବ ଶରୀରରେ ଦୁଇଟି ଭିଟାମିନ୍‌ ଅଭାବରୁ ଶୀତ ଦିନେ ମୁହଁ ଓ ଚର୍ମ ଶୁଷ୍କ ହୋଇଯାଏ । ଭିଟାମିନ-ସି ଓ ଭିଟାମିନ ଡି ଅଭାବରୁ ଏପରି ହୋଇଥାଏ । ଭିଟାମିନ ସି ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହି ଭିଟାମିନ ଆମ ତ୍ବଚାକୁ ଚିକ୍କଣ କରିଥାଏ । ଏହି ଭିଟାମିନ ଅଭାବରୁ ସ୍କିନ ଶୁଖିଯାଏ । ଏହାର ଅଭାବ ପୂରଣ ପାଇଁ ଲେମ୍ବୁ, ଟମୋଟୋ, ଅଙ୍ଗୁର, କଳା କିସମିସ, ବ୍ରୋକଲି ଓ ସ୍ପାଉଡସ ଡାଏଟ ସାମିଲ କରନ୍ତୁ । ସେହିପରି ଭିଟାମିନ୍ ଡି ଅଭାବରୁ ମଧ୍ୟ ଶୀତ ଦିନେ ମୁହଁ ଓ ଚର୍ମ ଫାଟିଥାଏ । ଶୀତ ଦିନେ ଶରୀରକୁ ସୂର୍ଯ୍ୟକିରଣ କମ୍ ମିଳେ । ଫଳରେ ଭିଟାମିନ୍ ଡିର ଅଭାବ ଦେଖାଦିଏ ।  ଏହା ସହିତ ଦହି, ବାଦାମ, କ୍ଷୀର ଖାଆନ୍ତୁ । ସମସ୍ୟାରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *