ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର, ଏବେ ସହିବାକୁ ପଡ଼ିବନି ଇନ୍ସୁଲିନ୍ ଯନ୍ତ୍ରଣା; ଆସୁଛି ସ୍ପ୍ରେ
ଡାଇବେଟିସରେ ପୀଡିତ ରୋଗୀଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିପାରେ । ଯଦି ସବୁକିଛି ଠିକ୍ ରୁହେ, ତେବେ ଶୀଘ୍ର ରୋଗୀଙ୍କୁ ଇନ୍ସୁଲିନର ଯନ୍ତ୍ରଣାରୁ ମୁକ୍ତି ମିଳିପାରେ । ଆଗାମୀ କିଛି ବର୍ଷରେ ଇନ୍ସୁଲିନ୍ ସ୍ପ୍ରେ ଲୋକଙ୍କ ରୋଗୀଙ୍କ ପାଇଁ ଉପଲବ୍ଧ ହୋଇପାରେ । ଏହାଦ୍ୱାରା ରୋଗୀ ସିରିଞ୍ଜ ବଦଳରେ ମୁହଁରେ ହିଁ ଇନ୍ସୁଲିନ୍ ନେଇପାରିବେ ।
ମିଡିଆ ରିପୋର୍ଟ ଅନୁସାରେ, ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା NiedlFree Technologies Pvt Ltd ବିନା ସିରିଞ୍ଜରେ ଓରଲ୍ ଇନ୍ସୁଲିନ୍ ସ୍ପ୍ରେ ତିଆରି କରୁଥିବା ଦାବି କରୁଛି । କୁହାଯାଉଛି ଯେ ଏହା ଦୁନିଆର ପ୍ରଥମ ଇନ୍ସୁଲିନ୍ ସ୍ପ୍ରେ ହେବ । ଏହାକୁ Ozulin ନାଁ ଦିଆଯାଇଛି । ହାଇଦ୍ରାବାଦ ସ୍ଥିତ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କମ୍ପାନି ଟ୍ରାନ୍ସଜିନ ବାୟୋଟେକ ଲିମିଟେଡ୍ ନାଁର କମ୍ପାନିର ଆରମ୍ଭ ହୋଇଥିଲା ।
ବର୍ତ୍ତମାନ କମ୍ପାନି ଟ୍ରାଏଲ ପାଇଁ ଅନୁମତି ଲୋଡ଼ିଛି । ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତକ୍ରିୟା ଦେଇ ସଂସ୍ଥାପକ ତଥା ନିର୍ଦ୍ଦେଶକ ଡାକ୍ଟର କେ କୋଟେଶ୍ୱର ରାଓ କହିଛନ୍ତି ଯେ କମ୍ପାନି ସେପ୍ଟି ଓ ଟେକ୍ସିକୋଲଜି ଷ୍ଟଡିଜକୁ ମଞ୍ଜୁରୀ ପାଇଁ CDSCOରେ ଆବେଦନ କରାଯାଇଛି । ଏହାପରେ ସ୍ପ୍ରେର କ୍ଲିନିକାଲ୍ ଟ୍ରାଏଲ କରାଯିବ । ଏହାସହ ସେ କହିଛନ୍ତି ଯେ କମ୍ପାନି କ୍ୟାନ୍ସର, ଓଷ୍ଟିୟୋପୋରୋସିସ ଓ ଅଲଜାଇମର ପରି ରୋଗ ପାଇଁ ମୁହଁ ଓ ନାକରେ ନିଆଯାଇଥିବା ସ୍ପ୍ରେ ନିର୍ମାଣ ଉପରେ କାମ କରୁଛି । ଉଲ୍ଲେଖଯୋଗ୍ୟ ଯେ ଭାରତ ସହ ଦୁନିଆର ଅନେକ ଦେଶରେ କୋଟି କୋଟି ଲୋକ ଡାଇବେଟିସରେ ରୋଗରେ ପୀଡିତ ଅଛନ୍ତି ।

