ରାଜ୍ୟ

ଆସନ୍ତା ନଭେମ୍ବର ୨୧ ତାରିଖରୁ ଓଡ଼ିଶାରେ ଖରିଫ ଧାନ କିଣା ଆରମ୍ଭ

Spread the love

ଆସନ୍ତା ନଭେମ୍ବର ୨୧ ତାରିଖରୁ ଓଡ଼ିଶାରେ ଖରିଫ ଧାନ କିଣା ଆରମ୍ଭ ହେବ । ଏହି ଧାନ କିଣା କାରବାରରେ ସ୍ୱଚ୍ଛତା ଆଣିବା ସହ କଟନୀ ଛଟନୀ ବନ୍ଦ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସାରା ରାଜ୍ୟର ସମସ୍ତ ଧାନମଣ୍ଡି ଜଗିବେ ଓ ତଦାରଖ କରିବେ। ଓଡ଼ିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ସହ ସେମାନଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ମୋହନ ମାଝୀ ସରକାର ଅନେକ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ଏହାର ସଫଳ ରୁପାୟନ କରିବାରେ କୃଷକ ମୋର୍ଚ୍ଚା ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଧାନ କିଣାବେଳେ ରାଜ୍ୟର ୪,୧୯୩ ମଣ୍ଡିରେ କାର୍ଯ୍ୟକର୍ତାମାନେ ଚାଷୀମାନଙ୍କୁ ସହଯୋଗ କରିବେ । ଏଥିପାଇଁ ରାଜ୍ୟର ବିଭିନ୍ନ ନେତୃବୃନ୍ଦଙ୍କୁ ଜିଲା ଓ ମଣ୍ଡି ଦାୟିତ୍ୱ ବଣ୍ଟନ କରାଯାଇଛି । ଓଡ଼ିଶାରେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଓ ବିକାଶ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *