ବଡ଼ଗଡ଼ ସ୍କୁଲରେ ପିଲାଙ୍କୁ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ
ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟ ତମାମ ଖଡି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ କରି ନାମ ଲେଖାଉଥିବା କୁନି କୁନି ପିଲାଙ୍କୁ ସେହି ଦିନ ଖଡି ଛୁଆଇବେ ଗୁରୁ । ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏପ୍ରିଲ ୨ ତାରିଖରେ ବଡ଼ଗଡ଼ ସ୍କୁଲକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଦିନ ସକାଳ ୧୦ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ପହଞ୍ଚି ପିଲାମାନଙ୍କୁ ଖଡି ଛୁଆଁଇ ସେମାନଙ୍କର ଶିକ୍ଷାରମ୍ଭ କରାଇବେ । ଏଥିପାଇଁ ବଡ଼ଗଡ଼ ସ୍କୁଲ ପରିସରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

