ଆଞ୍ଚଳିକ

ରାଜଧାନୀରୁ ଗୋରୁ ଗାଡ଼ି ଜବତ କଲେ ଗୋସେବକ

Spread the love

ରାଜଧାନୀରୁ ଗୋରୁ ଗାଡ଼ି ଜବତ ହୋଇଥିବାର ଖବର ମିଳିଛି। ଆଜି ସକାଳେ ପାତ୍ରପଡା ଭିଟୁ ସାମ୍ନାରୁ ଗୋରୁଗାଡ଼ି ଜବତ କରିଛନ୍ତି ଗୋ ସେବକ। ଗୋ ସେବକ ଗାଡ଼ିକୁ ଗୋଡ଼େଇବାରୁ ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଥିଲା। ଗାଡ଼ିରେ ତେରୁରୁ ଉର୍ଦ୍ଧ୍ବ ଗୋରୁ ଥିବା ଦେଖିବାକୁ ମିଳିଥିଲା। ଗାଡ଼ିଟି ଯଦୁପୁରରୁ ଯାଉଥିବାର ସୂଚନା ରହିଛି। ଗୋ ସେବକ ଗାଡ଼ିକୁ ଜବତ କରି ପୁଲିସ ଜିମା ଦେଇଛନ୍ତି।ଏଣେ ପୁଲିସ ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଗୋଶାଳାରେ ଛାଡ଼ିଛି। ତେଣେ ପୁଲିସ ଗୋରୁ ଗାଡ଼ିର ମାଲିକଙ୍କୁ ଖୋଜିବା ଆରମ୍ଭ କରିବା ସହ ଏନେଇ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *