ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ
ସଂସଦର ବଜେଟ ଅଧିବେଶନ ପୂର୍ବରୁ ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି । ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ବୈଠକରେ ମୁଖ୍ୟତଃ ଏକକ ନିର୍ବାଚନ ବିଲ, ୱାକଫ ଆମେଣ୍ଡମେଣ୍ଟ ବିଲ, ରାଜ୍ୟକୁ ସ୍ପେଶାଲ କ୍ୟାଟାଗୋରୀ ଷ୍ଟାଟସ, ପୁରୀ ଗ୍ରୀନ ଫିଲଡ ଏୟାରପୋର୍ଟ, ଇଷ୍ଟକୋଷ୍ଟ ରେଲୱେରୁ ୱାଲଟିୟର ଡିଭିଜନ ଅଲଗା ହେବା, ରାଜ୍ୟରେ ଟେଲି ଡେନସିଟି ସହ ଅଧିକ ସଂଖ୍ୟାରେ ବ୍ୟାଙ୍କ ସ୍ଥାପନ ଉପରେ ଆଲୋଚନା ହୋଇପାରେ ।

