ଆସନ୍ତା ଦୁଇ ଦିନ ରାଜ୍ୟରେ କୁହୁଡ଼ି ଦେଖାଯିବା ସମ୍ଭାବନା
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ ଭଙ୍ଗା ଶୀତର ଲହରି ସହ ତୁଷାରପାତ ହୋଇଛି । ୫ ଡଗ୍ରୀ ତଳକୁ ଖସିଛି ପାରଦ । ବ୍ଲକର ବିଭିନ୍ନ ଜାଗାରେ ତୁଷାର ପାତ ହୋଇଛି । ହାଡ ଭଙ୍ଗା ଶୀତରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି ସକାଳର ଦୈନନ୍ଦିନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି ।ଦିନ ଦଶଟା ପର୍ଯ୍ୟନ୍ତ ସାରା ଅଞ୍ଚଳକୁ କୁହୁଡିରେ ଢାଙ୍କି ରହୁଛି । କିହୁଡି ସକାଶେ ରାସ୍ତାର ୧୦ ମିଟର ଦୂରତା ପରେ କିଛିବି ଦେଖାଯାଉନି । ରାସ୍ତାରେ ଗାଡ଼ି ଚଳା ଚଳ ପାଇଁ ଭାରି ଅସୁବିଧା ହେଉଥିବା ବେଳେ କିଛି କିଛି ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି ଗାଡି ମଟର ।ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ଲଗାଇ ଶୀତ ଛଡାଉଛନ୍ତି ଅଞ୍ଚଳବାସୀ । ଯେଉଁଠି ନିଆଁ ଲାଗିଛି ସେଠାକୁ ପଶୁ ମାନେ ମଧ୍ୟ୍ ଶୀତ ଦାଉରୁ ରକ୍ଷା ପାଇବା ଚେଷ୍ଟା କରୁଛନ୍ତି । ଶୀତର ମଜା ନେବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।
ଆସନ୍ତା ଦୁଇ ଦିନ ରାଜ୍ୟରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ସୋମବାର ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ ଓ କଟକରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ।ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

