ଦାବି ପୂରଣ ପାଇଁ ଆଜି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ କୃଷକ
ଦୀର୍ଘ ୮ମାସ ଧରି ଶମ୍ଭୁ ସୀମା (ପଞ୍ଜାବ-ହରିୟାଣା ସୀମା)ରେ ବିରୋଧ କରୁଥିବା କୃଷକମାନେ ଆଜି ପୁଣିଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏଥର କୃଷକମାନେ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନରେ ଟ୍ରାକ୍ଟର-ଟ୍ରଲିକୁ ସାମିଲ ନକରି ଚାଲି ଚାଲି ଆନ୍ଦୋଳନ କରିବେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣାର ଅମ୍ବାଲା (ଶମ୍ଭୁ ସୀମା)ରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଏଥର କୃଷକମାନେ ସେମାନଙ୍କର ୧୨ଟି ଦାବି ସହିତ ଦିଲ୍ଲୀକୁ ଯାତ୍ରା କରୁଛନ୍ତି। ଏଥିରେ ଏମଏସପି ଗ୍ୟାରେଣ୍ଟି, କ୍ଷତିପୂରଣ ଏବଂ ପେନ୍ସନଠାରୁ ଆରମ୍ଭ କରି ସ୍ବାମୀନାଥନ୍ କମିଶନ ରିପୋର୍ଟର ପରାମର୍ଶ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଦାବି ଅନ୍ତର୍ଭୁକ୍ତ |

