କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ
କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ ସମ୍ମିଳନୀର ଆୟୋଜନ କରାଯାଇଛି ।କେନ୍ଦ୍ର ଖଣିଜ ସମ୍ପଦ ମନ୍ତ୍ରୀ ଜି.କିଶନ ରେଡ୍ଡୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏଥିରେ ଓଡ଼ିଶା ସମେତ ୧୬ଟି ଖଣି ବହୁଳ ରାଜ୍ୟର ମନ୍ତ୍ରୀମାନେ ଯୋଗ ଦେଇଛନ୍ତି ।ଦେଶବ୍ୟାପୀ ଦକ୍ଷ, ନିରାପଦ ଏବଂ ପରିବେଶ ଅନୁକୂଳ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ରହିବ ଫୋକସ୍ ।

