ଉପରାଷ୍ଟ୍ରପତି ହେବେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ରନିଂ ମେଟ୍ ଜେଡି ଭାନ୍ସ
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ରନିଂ ମେଟ୍ ଜେଡି ଭାନ୍ସ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ଭାନ୍ସଙ୍କର ମଧ୍ୟ ଭାରତ ସହ ଏକ ଦୃଢ଼ ସମ୍ପର୍କ ରହିଛି। ପୂର୍ବରୁ ଏକ ସାକ୍ଷାତକାରରେ ସେ ଉଲ୍ଲେଖ କରିଥିଲେ ଯେ ଉଷାଙ୍କ ହିନ୍ଦୁ ବିଶ୍ୱାସ ହିଁ ତାଙ୍କୁ ତାଙ୍କ ଜୀବନର ଆଧ୍ୟାତ୍ମିକ ଦିଗ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା । ଆଜି ଟ୍ରମ୍ପ ଜେଡି ଭାନ୍ସଙ୍କୁ ସ୍ବାଗତ କରି କହିଛନ୍ତି, ବର୍ତ୍ତମାନ ମୁଁ ଆପଣଙ୍କୁ ଉପରାଷ୍ଟ୍ରପତି ଜେଡି ଭାନ୍ସ କହିପାରିବି ।୪୦ ବର୍ଷୀୟ ଜେଡି ଭାନ୍ସ ଜଣେ ଓହିଓ ସିନେଟର ଯିଏ ଟ୍ରମ୍ପଙ୍କ ସମାଲୋଚକରୁ ବହୁତ ବଡ଼ ପ୍ରଶଂସକରେ ପରିଣତ ହୋଇଛନ୍ତି ଏବଂ ପରବର୍ତ୍ତୀ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ , ଜେଡି ଭାନ୍ସ କହିଥିଲେ ଆମେ ଚଳିତ ନିର୍ବାଚନରେ ଆମେରିକା ଇତିହାସରେ ସବୁଠାରୁ ବଡ଼ ରାଜନୈତିକ ପ୍ରତ୍ୟାବର୍ତ୍ତନ ଦେଖିଛୁ। ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଆମେ ଆପଣଙ୍କ ପାଇଁ, ଆପଣଙ୍କ ସ୍ୱପ୍ନ ପାଇଁ ଏବଂ ଆପଣଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ଲଢ଼େଇ ଜାରି ରଖିବୁ। ଆମେରିକା ଇତିହାସରେ ଏବେ ସର୍ବଶ୍ରେଷ୍ଠ ଅର୍ଥନୈତିକ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି ବୋଲି ଭାନ୍ସ କହିଛନ୍ତି।
