Uncategorized

ହିନ୍ଦୁବିରୋଧୀ ଫେସ୍‌ବୁକ୍‌ ପୋଷ୍ଟ ନେଇ ବାଂଲାଦେଶରେ ଉତ୍ତେଜନା

Spread the love

ହିନ୍ଦୁ ବିରୋଧୀ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବାଂଲାଦେଶ ବନ୍ଦର ସହର ଚିତ୍ତଗଙ୍ଗରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଜଣେ ମୁସଲିମ୍‌ ଯୁବକ ଇସ୍କନ୍‌ ବିରୋଧରେ ଫେସ୍‌ବୁକ୍‌ରେ ପୋଷ୍ଟ କରି ଇସ୍କନ୍‌କୁ ଅସିଦ୍ଧ ଘୋଷଣା କରିବାକୁ ଦାବି କରିଥିଲେ। ହିନ୍ଦୁଙ୍କ ବିରୋଧରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହିନ୍ଦୁମାନେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ସେନା ଓ ପୁଲିସ ବାହିନୀ ଆକ୍ରମଣ କରିଛି।ଏ କିଛି ସମୟ ମଧ୍ୟ‌ରେ ସମଗ୍ର ଅଞ୍ଚଳ ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀଙ୍କ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ରାତିରେ, ବାଂଲାଦେଶୀ ସୈନିକ ଓ ପୁଲିସ ହଜାରି ଗଳିରେ ଘର ଘର ବୁଲି ସିସିଟିଭି କ୍ୟାମେରାଗୁଡ଼ିକୁ ଭାଙ୍ଗିବା ସହ ଆନ୍ଦୋଳନକାରୀଙ୍କୁ ଘରୁ ଟାଣିନେଇ ମାଡ଼ ମାରିବା ସହ ଗିରଫ କରିନେଇଥିଲେ।

Leave a Reply

Your email address will not be published. Required fields are marked *