ରାଜ୍ୟ

ଭୁବନେଶ୍ଵରରେ ପହଞ୍ଚିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

Spread the love

ଭୁବନେଶ୍ଵରରେ ପହଞ୍ଚିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।  ଏହି ଅବସରରେ କମିଶନରେଟ ପୋଲିସ ପକ୍ଷରୁ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।  ସେହିପରି  ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ,  ସିବିଆଇ ନିର୍ଦ୍ଦେଶକ ମଧ୍ୟ ପହଁଚିଛନ୍ତି ।କଡ଼ା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ଵର ବିମାନବନ୍ଦର ।   ସୁରକ୍ଷା ବଳୟ ମଧ୍ୟରେ ରାଜ୍ୟ ଅତିଥିଭବନକୁ ଯାଉଛନ୍ତି । ସେହିପରି ଅପରାହ୍ନ ୪ଟା ୨୦ରେ  ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।  ଏହା ପରେ ସାଢେ ୪ଟାରେ ବିମାନବନ୍ଦର ପାଖରେ ଏକ ସଭାରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି ।  ସେଠାରୁ ସିଧାସଳଖ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶରେ ଜନତା ଉପସ୍ଥିତ ରହିବେ । ସେହିପରି ସହରର ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ଗୁଇନ୍ଦା ସଂସ୍ଥା ଆଧାରରେ ତଥ୍ୟ ସଂଗ୍ରହ କରାଯାଉଛି ।

Leave a Reply

Your email address will not be published. Required fields are marked *