ଖୋଲୁଛି ଲେଡି ଠକ ତିଳୋତ୍ତମା ପ୍ରଧାନର କଳା କାରନାମା
ପୁରୀ ଚନ୍ଦନପୁର କୋଳିଆପଡ଼ାର ତିଳୋତ୍ତମା ପ୍ରଧାନକୁ ଠକେଇ ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ କରାଯାଇଛି । ପୁରୀ ଏସପି କହିଛନ୍ତି ଘଟଣାର ତଦନ୍ତ ଜାରି ରହିଛି। ମହିଳାଙ୍କଠାରୁ ସୁନା କିମ୍ବା ଟଙ୍କା ଜବତ ହୋଇନି। ତେବେ ବିପୁଳ ସୁନା ଓ ଟଙ୍କା ଭିଡିଓ ଭାଇରାଲ ହୋଇଥିବା ବେଳେ ଏହା ସହ ଲେଡି ଠକ ତିଳୋତ୍ତମାର କିଭଳି ସଂପୃକ୍ତି ରହିଛି ଓ ଏହା କେବେକାର ଘଟଣା ତାର ତଦନ୍ତ ହେବ ।ତିଳୋତ୍ତମା ଦ୍ବାରା ଠକେଇର ଶିକାର ହୋଇଥିବା ଲୋକେ କିଭଳି ଟଙ୍କା ଫେରି ପାଇବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି ।ଲୋକଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେଲେ ପରେ ବ୍ୟାଙ୍କରୁ ଜଣଙ୍କ ପିଛା ୫୦୦୦ ଟଙ୍କା ଲେଖାଏଁ ମିଳିବ ବୋଲି ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ।୫୦୦୦ ଟଙ୍କା ଦେଲେ ୧୫ ଦିନ ମଧ୍ୟରେ ୨୦ ହଜାର ଟଙ୍କା ଋଣ ଓ ୧୫୦୦୦ ଟଙ୍କା ଦେଲେ ୧୫ ଦିନ ମଧ୍ୟରେ ଏକ ଲକ୍ଷ ଟଙ୍କାର ଋଣ ଲୋଭ ଦେଖାଇ ୨୦୧୯ ମସିହାରେ ପ୍ରାୟ ୧୨ ଲକ୍ଷ ଟଙ୍କା ନେଇ ଆଉ ଧରା ଛୁଆଁ ଦେଇନଥିଲେ ।ପୁରୀ ଏସପି କହିଛନ୍ତି ଘଟଣାର ତଦନ୍ତ ଜାରି ରହିଛି ।

