ମହିଳାମାନେ ଗାଁ ଦାଣ୍ଡରେ କରୁଛନ୍ତି ପନ୍ଥେଇ ପୂଜା
ଦୀର୍ଘ ଦିନରୁ ରହି ଆସିଥିବା ଏହି ଇଶ୍ଵର ବିଶ୍ଵାସର ଏ ହେଉଛି ଦୃଷ୍ଟାନ୍ତ । ଯାହାର ନାମ ହେଉଛି ପନ୍ଥେଇ ପୂଜା । ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁରର ମହିଳାମାନେ ନୂତନ ଶାଢୀ ପରିଧାନ କରି ହାତରେ ଭୋଗ ଥାଳୀ ଧରି ସମବେତ ହୁଅନ୍ତି ଗାଁର ମଝି ଭାଗରେ । ମାଟିକୁ ଖୋଳା ଯାଇ ଠାକୁରାଣୀଙ୍କୁ ଆର୍ବିଭାବ କରାଯିବା ପରେ ସେଥିରେ ବିଭିନ୍ନ ରଙ୍ଗର ମୁରୁଜ ପକାଯାଇ ପିଢା ଉପରେ ଗୁଆ ରଖାଯାଇ ଫୁଲରେ ସଜ୍ଜାଯାଏ ମା’ଙ୍କୁ । ଉଚ୍ଚାରଣ କରାଯାଏ ମା’ମଙ୍ଗଳାଙ୍କ ସ୍ମୃତି । ପୂଜା ଶେଷ ହେବା ପରେ ହଳଦି ପାଣି ଏବଂ ପଣା ଅର୍ପଣ କରାଯାଏ ମା’ଙ୍କୁ ।ଚୈତ୍ର ମାସର ପ୍ରତେ୍ୟକ ମଙ୍ଗଳବାରରେ ପୂଜା କରାଯାଉଥିବା ଏହି ପର୍ବ ପଛରେ ରହିଛି ବିଶ୍ଵାସ । ମା’ମଙ୍ଗଳା ଙ୍କ କୃପାଶିଶ ପାଇବା ସହିତ ପରିବାରରେ ସମସ୍ତେ ଭଲରେ ରହିବେ ଏବଂ ସନ୍ତାନମାନେ ଭଲ ରହିବା ପାଇଁ ଏହି ପନ୍ଥେଇ ପୂଜାର ଆୟୋଜନ ହୋଇଥାଏ ବୋଲି ଗବେଷକ ମତ ଦିଅନ୍ତି ।

