ରାଜ୍ୟ

ଶିଳ୍ପରେ ବିପ୍ଳବ ଆଣିବ ଇସ୍ପାତ କରିଡର

Spread the love

ସୁନ୍ଦରଗଡ଼ ସମେତ ଆଖପାଖ ଖଣି ସମୃଦ୍ଧ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କରିଡର୍‌ ଦେଶର ଇସ୍ପାତ ଓ ଖଣିକ୍ଷେତ୍ର ପାଇଁ ବିପ୍ଳବ ଆଣିବାକୁ ଯାଉଛି। ଗତ ବର୍ଷ ମେ’ ୧୮ ତାରିଖରେ ବଣାଇ ଗସ୍ତ ସମୟରେ ଏକ ନିର୍ବାଚନୀ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି କରିଡର୍‌ ସଂପର୍କରେ ଘୋଷଣା କରିଥିଲେ। ଏହି କରିଡର୍‌ ଜରିଆରେ ଖଣିରୁ ବନ୍ଦର ଓ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ମାଲ ପରିବହନ ସହଜ ଓ ସୁବିଧାଜନକ ହୋଇପାରିବ। ଅନୁରୂପ ଭାବେ ପରିବହନ ସମୟକୁ ବ୍ୟାପକଭାବେ ହ୍ରାସ କରିବାକୁ ଡିଜାଇନ୍‌ ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *