ବିମାନ ବାତିଲ୍କୁ ନେଇ ତେଜୁଛି ଅସନ୍ତୋଷ
ପ୍ରତିବର୍ଷ ଭଳି ଏଥର ବି ଶୀତଋତୁ ସମୟରେ ଆଲାଏନ୍ସ ଏୟାରଲାଇନ୍ସର ଉଡ଼ାଣ ବାରମ୍ବାର ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କେବଳ ଚଳିତ ମାସ ହିସାବକୁ ନେଲେ ବର୍ତ୍ତମାନ ସୁଦ୍ଧା ୩ ଦିନ ବାତିଲ୍ ହୋଇଥିବାବେଳେ ଫେବ୍ରୁଆରି ୨୬ ଯାଏ ଏହି ଧାରା ଜାରି ରହିବ ବୋଲି ସୂଚନା ମିଳିଛି। ଏହି ବିମାନ ସପ୍ତାହକୁ ୪ ଦିନ ଚଳାଚଳ କରୁଥିବା ବେଳେ ସେଥିରୁ ପୁଣି ୨ ଦିନ ବାତିଲ୍ ହୋଇଯିବା ଫଳରେ ବିମାନ ଉପରୁ ଯାତ୍ରୀଙ୍କ ଭରସା ତୁଟିବାରେ ଲାଗିଛି। ତେବେ ମହାକୁମ୍ଭ ପାଇଁ ଉକ୍ତ ବିମାନଟି ଭୁବନେଶ୍ବରରୁ ପ୍ରୟାଗରାଜକୁ ଚଳାଚଳ କରୁଥିବାରୁ ଗତ ୨୦ ତାରିଖରୁ ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ହିଁ ବୁକିଂ ନିଆଯାଉନଥିବା ଉକ୍ତ ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି।

