ନୂଆବର୍ଷ ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ବ୍ୟାରିକେଡ୍ ଭାଙ୍ଗି ପଶିଲେ ଭକ୍ତ । ଆଜି ନୂଆବର୍ଷ ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଭକ୍ତ ମାନେ ବ୍ୟାାରିକେଡ ଭାଙ୍ଗି ଧସେଇ ପଶିଥିଲେ l ଅସମ୍ଭାଳ ଭିଡ଼ ଯୋଗୁ ନାକେଦମ ହୋଇଛି ପୁରୀ ପୋଲିସ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି ।

