କେନ୍ଦୁଝରରେ ଓଲଟିଲା ପୋଲିସ ଗାଡ଼ି, ୩ ଜଣ ଆହତ
ନନ୍ଦିପଦା ଥାନା ଅଞ୍ଚଳରୁ ଜଣେ ଅପରାଧୀକୁ ଧରି ସ୍ପେଶାଲ ସ୍କ୍ବାଡ ଗାଡ଼ି ଫେରୁଥିବା ବେଳେ ଚାରିନାଳିଆ ନିକଟରେ ଗାଡି ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସ୍ପେଶାଲ ସ୍କ୍ୱାଡ ଗାଡି। ଏହି ଗାଡିରେ ଜଣେ ଅପରାଧୀ ଓ ଦୁଇ ପୋଲିସ କର୍ମଚାରୀ ଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଛି ।

