odisha

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏପ୍ରିଲ ୧ରୁ ମିଳିବ ମାଣ୍ଡିଆ ଲଡୁ

Spread the love

ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ରାଜ୍ୟସରକାରଙ୍କ ବଡ଼ ପଦେକ୍ଷପ । ସ୍କୁଲର ସମସ୍ତ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ସପ୍ତାହରେ ସୋମବାର, ମଙ୍ଗଳବାର, ଗୁରୁବାର ପିଲାଙ୍କୁ ୩ଟି ଲଡୁ ଦିଆଯିବ । ପିଏମ ପୋଷଣ ଯୋଜନା ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ପୋଷକ ତତ୍ତ୍ବ ଥିବା ମାଣ୍ଡିଆ ଲଡୁ ପ୍ରଦାନ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ପଠାସରିଛି । ମାଣ୍ଡିଆ ଚୁନା, ଗୁଡ଼, ଚିନାବାଦାମ, ଘିଅ, ଅଳେଇଚ, ରାଶି ଓ ଗୁଜୁରାତିରେ ଏହି ଲଡୁ ପ୍ରସ୍ତୁତ ହେବ । ପିଏମ ପୋଷଣ ଯୋଜନା ଅଧିନରେ ଆସୁଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *