ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦ
ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ କଂଗ୍ରେସ ।ସକାଳ ଦିନ ୧୦ଟାରେ ଭୁବନେଶ୍ବର ରାମମନ୍ଦିର ଠାରୁ କଂଗ୍ରେସଭବନ ପର୍ଯ୍ୟନ୍ତ ରାଲି ବାହାରିବ । ଏଥିରେ ପିସିସି ସଭାପତି, ଦଳର ବରିଷ୍ଠ ନେତା, ବିଧାୟକ, ଛାମୁଆ ସଂଗଠନର କର୍ମକର୍ତ୍ତା ସାମିଲ ହୋଇ ବିକ୍ଷାେଭ ପ୍ରଦର୍ଶନ କରି ବିଧାନସଭା ପର୍ଯ୍ୟନ୍ତ ଯିବେ ।ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରିଆସୁଛି କଂଗ୍ରେସ । ଏନେଇ ବିଧାନସଭାରେ ଦଳର ବିଧାୟକମାନେ ପ୍ରତିବାଦ କରିଛନ୍ତି ।ରାଜ୍ୟରେ ଯେଉଁଭଳି ଭାବରେ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି ତାକୁ ଅଣଦେଖା କରାଯିବନାହିଁ । ନ୍ଯାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ । ବିଶୃଙ୍ଖଳିତ ଆଚରଣ ପାଇଁ ଦଳର ସମସ୍ତ ୧୪ ବିଧାୟକ ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ତେଣୁ ଆଜି କଂଗ୍ରେସ ଜୋରଦାର ବିକ୍ଷୋଭ କରିବା ବୋଲି କୁହାଯାଉଛି ।

