odisha

ଲକ୍ଷପତି ହେଲେ ଦମ୍ପତି, ତୋଳିଲେ ସ୍ୱପ୍ନର ଘରସ୍ୱାବଲମ୍ୱୀ କଲା ପରିବା ଚାଷ

Spread the love

କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତୋଳିଛନ୍ତି ଦମ୍ପତି।
ଭଦ୍ରକ ବନ୍ତ ବ୍ଲକ ଗୋପାଳପୁର ଗାଁର ସନ୍ତୋଷ ଦାସ ଏବଂ ତାଙ୍କର ଧର୍ମପତ୍ନୀ ସରସ୍ଵତୀ ଦାସ ସ୍ୱାବଲମ୍ୱୀ ହେବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ସେମାନଙ୍କର ନିଜସ୍ଵ ଜମି ନାହିଁ। ତଥାପି ଅନ୍ୟ ଜଣଙ୍କ ଠାରୁ ଲିଜ୍ ସୂତ୍ରରେ ଦେଢ଼ ଗୁଣ୍ଠ ଜମି ଆଣି ସେଥିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି। କୌଣସି ରାସାୟନିକ ସାର ପ୍ରୟୋଗ ନକରି ଦମ୍ପତ୍ତି ଜୈବିକ ପ୍ରଣାଳୀରେ ବାଇଗଣ, ଲାଉ, ଜହ୍ନୀ, ଭେଣ୍ଡି ପରି ବିଭିନ୍ନ ପରିବା ଚାଷ କରୁଛନ୍ତି।ଏହି ଦମ୍ପତ୍ତି ପନିପରିବା ଚାଷ କରି ନିଜର ପରିବାର ପ୍ରତିପୋଷଣ କରିବା ସହ ବାର୍ଷିକ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତିl ଯାହାଫଳରେ ନିଜ ସ୍ୱପ୍ନର ଘର ମଧ୍ୟ ତୋଳି ପାରିଛନ୍ତି। ତାଙ୍କର ଏହି ଉତ୍ତମ ପ୍ରଣାଳୀର ଚାଷ ଦେଖିବା ପାଇଁ ଅନ୍ୟ ସ୍ଥାନୀୟ ଚାଷୀ ମାନେ ମଧ୍ୟ ଅନେକ ସମୟରେ ସନ୍ତୋଷଙ୍କ କ୍ଷେତକୁ ଆସି ଚାଷ କାର୍ଯ୍ୟ ଦେଖି ପ୍ରେରଣା ପାଇଥିବା କଥା କହନ୍ତି ।

 

Leave a Reply

Your email address will not be published. Required fields are marked *