ଜିଲ୍ଲା

ବାହାନଗା ଷ୍ଟେସନ ନିକଟରେ ପୁଣି ଅଘଟଣ

Spread the love

ବାହାନଗା ଷ୍ଟେସନ ନିକଟରେ ପୁଣି ଅଘଟଣ ଘଟିଛି। ଏକ କୋଇଲା ବୋଝେଇ ଟ୍ରେନ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଦେଖି ଗାର୍ଡ ଟ୍ରେନ୍‌କୁ ଅଟକାଇ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି। ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନ୍‌ଟି ଦୁଇ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଅଟକି ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *