ଦେଶୀମଦ ବିକ୍ରି ଓ ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ଅବକାରୀ ବିଭାଗର ଧରପଗଡ଼ ଜାରି ରହିଛି। ଏହି କ୍ରମରେ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଏହାସହ ୧୫ ଜଣ ମଦ ବେପାରିଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ପାଖରୁ ୨୯୪ ଲିଟର ବେଆଇନ ମହୁଲି ମଦ ୫୫୫ ଲିଟର ତାଡ଼ି ଜବତ ହୋଇଛି।