ପାହାଡ଼ ଉପରେ ଫସିଥିବା ୧୭ ପର୍ଯ୍ୟଟକ ଉଦ୍ଧାର !
ଅପରେସନ ଗନ୍ଧମାର୍ଦ୍ଧନ ରେସକ୍ୟୁ । ଫସିରହିଥିବା ୧୭ ଜଣ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିଲେ ରେସକ୍ୟୁ ଟିମ । ରାତି ୩ଟାରେ ବର୍ଷା କମିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା ମିଳିଛି । ପୋଲିସ, ଅଗ୍ନିଶମବାହିନୀ, ବନ ବିଭାଗ ଓ ମନ୍ଦିର କମିଟି ଲୋକଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି ।
ରେସକ୍ୟୁ ଟିମ୍ ରେ ଥିବା ଜଣେ ଫରେଷ୍ଟ ଗାର୍ଡ ଆହତ ହୋଇଛନ୍ତି । ଗତକାଲି ଛତିଶଗଡର କିଛି ପର୍ଯ୍ୟଟକ ଗନ୍ଧମାର୍ଦ୍ଦନ ପାହାଡ ବୁଲିବାକୁ ଯାଇଥିଲେ । ପ୍ରବଳ ବର୍ଷା ଯୋଗୁ ପାହାଡରେ ଫସିଥିଲେ। ବରଗଡ଼ରୁ ବଲାଙ୍ଗୀରକୁ ବ୍ୟାପିଥିବା ଗନ୍ଧମାର୍ଦ୍ଦନ ପର୍ବତର ଶିଖରରେ ଫସିଯାଇଥିଲେ ପର୍ଯ୍ୟଟକ । ତେବେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

