ସମାକୋଇ ନଦୀରେ ବନ୍ୟାଜଳ !!
କେନ୍ଦୁଝର ସମାକୋଇ ନଦୀରେ ବନ୍ୟାଜଳ । ତେଲକୋଇରେ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ । ଗତକାଲି ରାତିରେ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳର ସମାକୋଇ ନଦୀ ସହିତ ଅନ୍ୟ ନାଳରେ ପ୍ରଖର ସ୍ରୋତ ପ୍ରବାହିତ ହେଉଛି । ତେଲକୋଇ ଡାକବଙ୍ଗଳା ନିକଟ ସମାକୋଇ ପୋଲ ଉପରେ ୩ଫୁଟ ଉଚ୍ଚର ବର୍ଷାପାଣି ପ୍ରବାହିତ ହେଉଛି । ଏଥିପାଇଁ ତେଲକୋଇ- ଭୁବନେଶ୍ବର, କଟକ, ଢେଙ୍କାନାଳ,ତାଳଚେର, କେନ୍ଦୁଝର ଆଦିକୁ ଗମନାଗମନ ବ୍ୟାହତ ହୋଇପଡିଛି । ପୋଲର ଉଭୟ ପାର୍ଶ୍ବରେ ଶତାଧିକ ଯାତ୍ରୀବାହୀ ଗାଡ଼ି ଅଟକି ରହିଛି । ତଳମୁଣ୍ଡ କରଦାଙ୍ଗି ନିକଟରେ ସମାକୋଇ ଫୁଲୁଛି । ପିଟାନାଳୀ ପୋଲ ଉପରେ ମଧ୍ୟ ବର୍ଷାଜଳ ପ୍ରବାହିତ ହେଉଛି ।

