କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ବିପୁଳ କ୍ଷୟକ୍ଷତି
କାଳବୈଶାଖୀ ପ୍ରଭାବରେ ଗୁରୁବାର ସଂଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ବିପୁଳ କ୍ଷୟକ୍ଷତି ଘଟିଛି । ପ୍ରବଳ ବେଗରେ ପବନ ବର୍ଷା ସାଙ୍ଗକୁ କୁଆ ପଥର ମାଡ ସହ ବିଭିନ୍ନ ସ୍ଥାନରେ ଗଛପତ୍ର ଭାଙ୍ଗିଥିଲା । କେଉଁଠି ଘର ଆଜବେଷ୍ଟସ୍ ଛାତ ଭାଙ୍ଗିଛି ତ’ ଆଉ କେଉଁଠି ଗାଡି କାଚ ଭାଙ୍ଗି ଚୁରମାର ହୋଇଯାଇଛି ।ପ୍ରାୟ ୧ ଘଣ୍ଟା ଧରି ପ୍ରବଳ କୁଆପଥର ମାଡ ହୋଇଥିଲା । ୧୦୦ ଗ୍ରାମରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ଓଜନର କୁଆ ପଥର ପଡିବା ଯୋଗୁଁ ରାସ୍ତା କଡରେ ଥିବା ବାଇକ ଓ ଚାରି ଚକିଆ ଯାନ ଗୁଡିକର ମିରର ଠାରୁ ଆରମ୍ଭ କରି ସାମ୍ନା ପଟ ଓ ପଛପଟ ଗ୍ଲାସ ଗୁଡିକ ଭାଙ୍ଗିଯାଇଛି । ରବି ଧାନ ଫସଲ,ପନିପରିବା କୁଆ ପଥର ମାଡରେ ପ୍ରବଳ କ୍ଷତିଗ୍ରସ୍ତ ହୋଇଛି ।

