odisha

ବାର୍‌ ଡ୍ୟାନ୍ସ କଟକଣା ମାମଲା

Spread the love

ଓଡ଼ିଶା ଅବକାରୀ (ସଂଶୋଧିତ) ଆଇନ-୨୦୨୪ ଆଧାରରେ ଭୁବନେଶ୍ୱରର ବିଭିନ୍ନ ଠିପିଖୋଲା ମଦ ବାର୍‌ରେ ଝିଅଙ୍କ ନାଚିବା (ବାର୍‌ ଡ୍ୟାନ୍ସ)ରେ ଲଗାଯାଇଥିବା କଟକଣାକୁ  ବିରୋଧ କରି ରୁଜୁ ମାମଲାରେ ଗୁରୁବାର ବି ରାଜ୍ୟ ସରକାର  ଜବାବ ଦାଖଲ କଲେ ନାହିଁ । ଗୁରୁବାର ସଂଧ୍ୟା ସୁଦ୍ଧା  ଜବାବ ଦାଖଲ ହୋଇଯିବ ବୋଲି ଅଦାଲତଙ୍କୁ ଅବଗତ  କରାଯାଇଥିଲା । କିନ୍ତୁ ଏହି  ଜବାବ ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରି ନଥିଲା । ହାଇକୋର୍ଟ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ  ନେଇ କ୍ଷୁବ୍ଧ ହେବା ସହ ରାଜ୍ୟ ସରକାର ଜବାବ  ଦିଅନ୍ତୁ ବା ନଦିଅନ୍ତୁ ଆସନ୍ତା ୨୪ ତାରିଖରେ ଚୂଡ଼ାନ୍ତ  ଶୁଣାଣି ହେବ ବୋଲି ଆଦେଶରେ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *