odisha

ବଜାରରୁ ପରିବା ଗାଏବ ; ଲୋକଙ୍କୁ ଘାରୁଛି ବାତ୍ୟା ଭୟ

Spread the love

ଓଡିଶାକୁ ମାଡି ଆସୁଛି ବାତ୍ୟା ‘ଦାନା’ । ଏଥିପାଇଁ ଉପକୂଳ ଅଞ୍ଚଳ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ହେଲେ ସହର ଓ ଅନ୍ୟ ଅଞ୍ଚଳରେ ବି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବାତ୍ୟା ପୂର୍ବରୁ ବଜାର ଦର ପୁରା ସରଗରମ । ପରିବାରେ ହାତ ମାରିବାକୁ ଡର ଲାଗୁଛି । ତଥାପି ବାତ୍ୟା ଭୟରେ ଲୋକେ ପରିବା କିଣି ନେଉଛନ୍ତି ।

ବାଙ୍କୀ ବଜାରରୁ ଆଳୁ ଗାଏବ। ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଲୋକଙ୍କ ମନରେ ଭୟ ବଢୁ୍ଥିବା ବେଳେ କଳାବଜାରୀକୁ ନେଇ ଖାଉଟିଙ୍କ ମଧ୍ୟରେ ସମସ୍ୟା ଦେଖାଦେଇଛି। ବାଙ୍କୀ ବଜାରରେ କାକୁଡି କିଲୋପ୍ରତି ୬୦, ପିଆଜ ୭୦, ରସୁଣ ୩୦୦, ଟମାଟ ୭୦, କଞ୍ଚାଲଙ୍କା ୧୫୦ ଟଙ୍କାରେ ବିକ୍ରି ହେଉଛି। ବାଇଗଣ ୬୦, କଲରା ୭୦, ଝୁଡ଼ଙ୍ଗ ୪୦, ପୋଟଳ ୬୦ ଟଙ୍କାରେ ବିକ୍ରି ହେଉଥିବାରୁ ହନ୍ତସନ୍ତ ହେଉଛନ୍ତି ଗ୍ରାହକ। ବଜାରରେ ଆଳୁ ନଥିବାରୁ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଭୁବନେଶ୍ୱରରେ ଆଳୁ ନଥିବାରୁ ଟ୍ରକ ସବୁ ଫେରି ଆସୁଥିବା ପରିବା ବ୍ୟବସାୟୀ କହିଛନ୍ତି।

Leave a Reply

Your email address will not be published. Required fields are marked *