odisha

ରାଜଧାନୀରେ ହେବ ଉଭୟ ବୁଲା ଓ ପୋଷା କୁକୁର ଗଣନା !

Spread the love

ରାଜଧାନୀରେ ବିଏମସି କରିବ କୁକୁର ଗଣନା । ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ହେବ ଗଣନା । ଏପରିକି କୁକୁରଙ୍କ କାନରେ ଲାଗିବ ଟ୍ୟାଗ । ରାଜଧାନୀରେ ଥିବା ସମସ୍ତ କୁକୁରଙ୍କ ତଥ୍ୟ BMC ପାଖରେ ରହି ବ। ଏନେଇ ଗତକାଲି ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ ।

ସେ ଆହୁରି କହିଛନ୍ତି ଯେ, ଏନେଇ ରାଜଧାନୀର ସେନ୍ସେସ ପ୍ରୋଗ୍ରାମ କରାଯିବ । ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି, ସବୁ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ରାଜଧାନୀରେ କେତେ କୁକୁର ଅଛନ୍ତି ଜଣା ପଡ଼ିବ । ବନ୍ଧ୍ୟାକରଣ ପରେ କୁକୁର ସଂଖ୍ୟା ବଢୁଛି କି କମିଛି ନଜର ରହିବ । ୮୦ ହାଜରରୁ ଊର୍ଦ୍ଧ୍ବ କୁକୁର ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଅଛନ୍ତି ।

ସୂଚନା ଅନୁସାରେ ଗତକାଲି ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ବୁଲା କୁକୁରମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଧରାପଡ଼ିଥିବା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ମୁକ୍ତ କରାଯିବା ଉଚିତ ।

Leave a Reply

Your email address will not be published. Required fields are marked *